ଭଞ୍ଜନଗର — ଭଂଜନଗର ସ୍ଥିତ ବଳଭଦ୍ର ଆରୁଖ କୃଷକ ବଜାର ପରିସରେ ତୃତୀୟ ଥର ପାଇଁ , ସର୍ବଭାରତୀୟ ହସ୍ତଶିଳ୍କ ପ୍ରଦର୍ଶନୀ ବୁଧବାର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ: ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ସାହୁ ଯୋଗଦେଇ ଥିଲେ ।ସମାଜସେବୀ ଶୂଳପାଣି ଶତପଥୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅରୁପା ର ସମ୍ପାଦକ ଅଶୋକ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।
ଏହି ପ୍ରଦର୍ଶନୀରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ୮୦ଟି ହସ୍ତଶିଳ୍କ ପ୍ରଦର୍ଶନୀରେ ଭାଗ ନେଇଛନ୍ତି ବେଲି ଅରୁପାର ସମ୍ପାଦକ ଶ୍ରୀ ସାହୁ କହିଥିବା ବେଳେ ଏହି ପ୍ରଦର୍ଶନୀ ଆସନ୍ତା ଜୁନ୍ ୫ ପଯ୍ୟନ୍ତ ଚାଲିବ ।ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ପୁଣିଥରେ ଆୟୋଜିତ ହୋଇଥିବା ଯୋଗୁଁ ଭଞ୍ଜନଗର ଓ ଅଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଉଦଘାଟନୀ ଉତ୍ସବରେ ସ୍ଥାନୀୟ “ମୁଭ ଦି ଓ୍ବାର୍ଲଡ” ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଅନୁଷ୍ଠାନର ନିଦ୍ଦେର୍ଶକ ଓ ଅଭିନେତା ଅାଶିଷ୍ କୁମାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।