ଭଞ୍ଜନଗର –ପ୍ରଥମେ ମୋବାଇଲ ରେ ମିସ୍ କଲ୍ । ତା’ପରେ ପ୍ରେମ । ଶେଷରେ ବିବାହର ପ୍ରତିଶୃତି ଦେଇ , ଯୁବତୀଙ୍କ ଇଛା ବିରୋଧରେ ଦୁଷ୍କର୍ମ । ଏବଂ ପ୍ରତାରଣା କରିବାରୁ , ସଂପୃକ୍ତ ଯୁବତୀ ଙ୍କ ଅଭିଯୋଗ ପ୍ରକାରେ ଗିରଫ ହେଲା ଯୁବକ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଅଭିଯୁକ୍ତ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମେଣ୍ଟପୁର ଗ୍ରାମର ମିଥୁନୁ ନାଇକ । ଭଂଜନଗର ଥାନା ପୋଲିସ ଦେଇଥିବା ସୂଚନା ପ୍ରକାରେ , ଭଂଜନଗର ଥାନା ଅଞ୍ଚଳର ସଂପୃକ୍ତ ଯୁବତୀ ଙ୍କ ସହ, ମୋବାଇଲ ରୁ ପ୍ରେମ ସଂପର୍କ ଆରମ୍ଭ କରିଥିଲା ମିଥୁନ ନାବିକ । ଯୁବତୀଙ୍କ ଦୁର୍ବଳତା ର ସୁଯୋଗ ଏବଂ ବିବାହ ର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ଆସିଥିଲା । ଏବଂ ଶେଷଥର ପାଇଁ ଗତ ୩୦ ତାରିଖରେ , ଫୋନ୍ କରି ଭଂଜନଗର ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗାଁ ନିକଟ ଏକ ଆମ୍ବ ତୋଟା କୁ ଡ଼ାକିନେଇ , ସଂପୃକ୍ତ ଯୁବତୀ କୁ ପୁଣି ଦୁଷ୍କର୍ମ କରିଥିଲା ମିଥୁନ । ଏନେଇ ଯୁବତୀ ଜଣକ ଭଂଜନଗର ଥାନା ରେ ଲିଖିତ ଅଭିଯୋଗ କରିବା ପରେ , ଭଂଜନଗର ଥାନା ପୋଲିସ ୨୦୭/୨୨ ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ କୁହାଯାଉଥିବା ମିଥୁନୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ , ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି ।