ଅମ୍ଫାନ ବାତ୍ୟା ରେ ଦ୍ୱିତୀୟ ମୃତ : ସାମୁଦ୍ରିକ ବାତ୍ୟା ଅମ୍ଫାନର ଶିକାର ହୋଇ ବାଂଲାଦେଶରେ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି।
ଭୁବନେଶ୍ବର: ଅମ୍ଫାନ ଆଜି ଅପରାହ୍ଣରେ ନେଇଛି ଆଉ ଏକ ଜୀବନ। ସାମୁଦ୍ରିକ ବାତ୍ୟା ଅମ୍ଫାନର ଶିକାର ହୋଇ ବାଂଲାଦେଶରେ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି।
ଉଲ୍ଲେଖଯୋଗ୍ୟ, ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫାନ ଏବେ ପଶ୍ବିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା ଦୀର୍ଘ ୪ଘଣ୍ଟା ଧରି ଅବ୍ୟାହତ ରହିବ। ବାଂଲାଦେଶର ହତିୟା ଉପକୂଳ ଦେଇ ଅମ୍ଫାନ୍ ସ୍ଥଳଭାଗ ଅତିକ୍ରମ କରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଏବେ ବାଂଲାଦେଶରେ ଘଣ୍ଟାପ୍ରତି ୧୬୫ରୁ ୧୮୫ କିମି ବେଗରେ ପବନ ବହିବାକୁ ଆରମ୍ଭ କରିଛି । ଏଥିସହ ଅମ୍ଫାନର ଶିକାର ହୋଇ ବାଂଲାଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ କରିଛି ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏଫପି।