ଭଣ୍ଡାରିପୋଖରୀ,୪ା୮ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କିଚିସôା ପାଇଁ ଆସି ଡାକ୍ତରଙ୍କୁ ଗାଳି ଓ ଧମକ ଦେବା ଅଭିଯୋଗରେ ଚାରିଜଣ ଜେଲ ଯାଇଥିବା ଜଣାଯାଇଛି । ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏହି ଘଟଣାରେ ଡାକ୍ତର ସୌମ୍ୟରଞ୍ଜନ ରାଉତଙ୍କ ଅଭିଯୋଗ କ୍ରମେ ଥାନାରେ ୨୯୩/୨୨ ନଂ ମାମଲା ଋଜୁ ହୋଇଥିଲା । ସେହିପରି ମଙ୍ଗଳବାର ଡାକ୍ତରଖାନାରୁ ଫେରି ସଂପୃକ୍ତ ଅଭିଯୁକ୍ତମାନେ ରାଜପଥ ଠିକାସଂସ୍ଥା ଡିବିଏଲ କମ୍ପାନୀର ଗାହିଚାଳକ ରାମ ନାରାୟଣଙ୍କୁ ମାରଧର କରିବା ଅଭିଯୋଗରେ ମଧ୍ୟ ୨୯୨/୨୨ନଂ ମାମଲା ଋଜୁ ହୋଇଥିଲା । ଉଭୟ ଘଟଣାର ଅଭିଯୁକ୍ତ ଦକ୍ଷିଣବାଡ ଗ୍ରାମର ହରେକୃଷ୍ଣ ଯେନା, ପିଙ୍କୁ ବାରିକ, ବିକ୍ରମ ଯେନା ଓ ଉତ୍ତରବାଡ ଗ୍ରାମର ପ୍ରଶାନ୍ତ ଯେନାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।
