Odisha news

ଫୁଲ ତୋଳିବା କାଳ ହେଲା, ବିଦ୍ୟୁତ ତାର ଲାଗି ଜୀବନ ଗଲା

0

ଅସୁରାଳି,ତା୪/୮ : ଠାକୁର ପୂଜା କରିବା ପାଇଁ ଘରର ଛାତ ଉପରକୁ ଯାଇ ଫୁଲ ତୋଳିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଏବଂ ଦୁଃଖଦାୟକ ଘଟଣା ଘଟିଛି ସ୍ଥାନୀୟ ଉଚ୍ଚପଦା ବଜାର ଠାରେ । ମୃତକ ଜଣକ ହେଲେ ସନ୍ତୋଷ କୁମାର ଦାସ (୪୯) । ଅସୁରାଳି ପଂଚାୟତ ଉଚ୍ଚପଦା ଛକ ନିକଟରେ ରହୁଥିବା ସନ୍ତୋଷ କୁମାର ଦାସ ଗୁରୁବାର ଭୋର୍ ସମୟରେ ଫୁଲ ତୋଳିବାକୁ ନିଜ ଘରର ଛାତ ଉପରକୁ ଯାଇଥିଲେ ।

ସନ୍ତୋଷ ଏକ ଲୁହା ରଡ ସାହାଯ୍ୟରେ ଫୁଲ ତୋଳିବା ବେଳେ ଛାତ ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ୩୩ କେଭି ତାର ସହିତ ରଡ୍ ଅସାବଧାନତା ବଶତଃ ଲାଗି ଯାଇଥିଲା । ବିଦ୍ୟୁତ ସରବରାହ ସ୍ୱାଭାବିକ ଥିବାରୁ ସନ୍ତୋଷ ଶକ୍ତ ଆଘାତ ଖାଇ ଦୁଇ ମହଲା କୋଠା ଛାତ ଉପରୁ ତଳକୁ ଖସି ପଡିଥିଲେ । ସଙ୍କଟାପର୍ଣ୍ଣ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ!ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି । ଜଣେ ଭଦ୍ର ଯୁବକ ଭାବେ ପରିଚିତ । ସନ୍ତୋଷଙ୍କ ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ବହୁ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

Nalco
Leave A Reply