ଭଣ୍ଡାରିପୋଖରୀ,୧୦ା୩: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ଦାଣ୍ଡକୂଳ ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବ ପୀଠ ବାବା ଝଡେଶ୍ୱର ରୂପାନ୍ତରିକରଣ ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ ଉଦଯାପିତ ହୋଇଯାଇଛି । ଝାଡେଶ୍ୱର ମଠ ମହନ୍ତ ମହାରାଜ ଅନନ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଷ୍ଠା ଓ ଯଜ୍ଞରେ ଷୋଡଶପୋଚାର ପୂଜା, ଅଧିବାସ, ସୂର୍ଯ୍ୟପୂଜା, ଗୋ ପୂଜା, ଗୀତାଯଜ୍ଞ, ଚଣ୍ଡିପାଠ, ନ୍ୟାସ, ମହା ରୁଦ୍ରାଭିଷେକ ପୂର୍ଣ୍ଣର୍ାହୂତି ହୋଇଥିଲା । ନରେନ୍ଦ୍ର କୁମାର ରାୁତ, ଓ ବୈତରଣୀ ରାଉତ କର୍ତ୍ତା ଓ କର୍ତ୍ତି ଭାବେ ଜଳଘଟ ଉତ୍ତୋଳନ କରି ସଙ୍କଳ୍ପ କରିଥିଲେ । ବିରଜାମଣ୍ଡଳର ପଣ୍ଡତି ଦାମୋଦର ଦୀକ୍ଷିତ, ରବିନାରାୟଣ ଦୀକ୍ଷିତ, ମଦନମୋହନ ଦୀକ୍ଷିତ, ଜଗମୋହନ ଦୀକ୍ଷିତ, କାଳନ୍ଦି ମିଶ୍ର, ସୌରଭ ମିଶ୍ର, ସନ୍ତୋଷ ମିଶ୍ର, ହିମାଂଶୁ ପଣ୍ଡା ବୈଦିକ ରୀତି ନୀତିରେ ପୂଜାବିଧି ସମ୍ପାଦନ କରିଥିଲେ । ଉଦଯାପନ ଉସôବରେ ପ୍ରଭୁପାଦ ଓ ସାଥି ଭକ୍ତି ସଙ୍ଗୀତ ଓ ଭଜନ ପରିବେଷଣ କରିଥିଲେ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଉକôଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ସ୍ଥାନୀୟ ସରପଞ୍ଚ ପରମାନନ୍ଦ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଦାଶ, ପୂର୍ବତନ ସମିତି ସଦସ୍ୟ ବିଦ୍ୟାଧର ଜେନା, ମୁକୁନ୍ଦ ଚରଣ ମଲ୍ଲିକ, ସାମ୍ବାଦିକ ବିଶ୍ୱମ୍ଭର ରାଉତ, ଗଜେନ୍ଦ୍ର ଦାସ, ସୁରଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମନ୍ଦିର କମିଟି ସଦସ୍ୟ ଜଗବନ୍ଧୁ ବଳ, ଅଶୋକ ରାଉତ, ମିହିର ରାଉତ, ନରେନ୍ଦ୍ର ରାଉତ, ଶରତ ମିଶ୍ର, କମଳାକାନ୍ତ ଭୋଇ ପ୍ରମୁଖ ଉସôବ ପରିଚାଳନା କରିଥିଲେ । ଫଟୋ-ଝାଡେଶ୍ୱର ମନ୍ଦିର ।