Odisha news

ଭଦ୍ରକ ଜିଲ୍ଲାରେ ୩ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୩୧୮ : ଭଦ୍ରକ ଜିଲ୍ଲାରେ ବଦଳିଲା ନିୟମ , ସନ୍ଧ୍ୟା ୫ରେ ଦୋକାନ ବନ୍ଦ

0

ଭଦ୍ରକ :ଗତକାଲି ଜିଲ୍ଳାରେ ମୋଟ ୩ ନୂତନ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଥିବା ବେଳେ ୩ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତିି । ଫଳରେ ଜିଲ୍ଲାର ମୋଟ ଆକଫିଭ କେଶ ୨୬ରେ ସୀମିତ ରହିଛି । ନୂତନ ଚିହ୍ନଟ ୩ ଆକ୍ରାନ୍ତ ସମସ୍ତ ଲୋକାଲ କଣ୍ଟାକଫ । ୨ ଜଣ ଭଦ୍ରକ ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଜଣେ ଭଦ୍ରକ ପୌରପାଳିକାର । ନୂତନ ଚିହ୍ନଟ ଜଣେ ଭଦ୍ରକ ବ୍ଲକର ବଣିଆ, ଜଣେ କୋରକୋରା ପଞ୍ଚାୟତର ହୋଇଥିବା ବେଳେ ଆଉ ଜଣେ ପୌରପାଳିକାର ୧୩ ନଂ ଓ୍ୱାର୍ଡ ଅଞ୍ଚଳର । ଏବେ ଜିଲ୍ଲାର ସ୍ଥିତି ଅନୁସାରେ ମୋଟ ନମୁନା ପରୀକ୍ଷା ହୋଇଛି ୧୩ ହଜାର ୪୮୯, ମୋଟ ପଜିଟିଭ୍‍ ୩୧୮, ସୁସ୍ଥ ୨୯୧ । ସଂପ୍ରତି ଜିଲ୍ଲାର କରୋନା ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲାପାଳ ଦୋକାନ ବଜାର ଖୋଲା ରହିବା ସମୟ ଉପରେ କଟକଣା ଜାରି କରିଛନ୍ତି ।

ଏବେ ସନ୍ଧ୍ୟା ୫ ରେ ସମସ୍ତ ଦୋକାନ ବଜାର ବନ୍ଦ କରାଯିବ ଏବଂ ସନ୍ଦ୍ୟା ୬ରୁ ସକାଳ ୫ ପଯର୍‍ୟନ୍ତ କର୍ଫୁ୍ୟ ବଳବତ୍ତର ରହିବ । ଏହି କଟକଣା ଚଳିତ ଜୁଲାଇ ୩୧ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ସମସ୍ତ ନର୍ସିଂହୋମ, କ୍ଲିନିକ ଆଦିରେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ରୋଗୀଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ଆଟେଣ୍ଡାଣ୍ଟ ସମସ୍ତେ କ୍ଲିନିକ ଆସିବା ମାତ୍ରେ ହାତ ସାନିଟାଇଜ କରିବେ ଏବଂ ମାସ୍କ ପିନ୍ଦିଥିବେ । ଜଣେ ରୋଗୀଙ୍କୁ ଦେଖି ସାରିବା ପରେ ଡାକ୍ତର ସମସ୍ତ ଡାକ୍ତରୀ ସରଞ୍ଜାମକୁ ସାନିଟାଇଜ କରିବା ପରେ ପୁଣି ଅନ୍ୟ ଜଣେ ରୋଗୀଙ୍କୁ ଦେଖିବେ ।

ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟଙ୍କର ଏକ ରେଜିଷ୍ଟର ରହିବ । ସମସ୍ତ ନର୍ସିଂହୋମ, କ୍ଲିନିକ, ଡାକ୍ତର ଆସୁଥିବା ମେଡିସିନ ଷ୍ଟୋର ମାଲିକମାନେ ଏହି ସୁବିଧା ରଖିଥିବା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଆକ୍ରାନ୍ତ ଚିହ୍ନଟ ପରେ ଭଦ୍ରକ ପୌରପାଳିକାର ୧୩ ନଂଓ୍ୱାର୍ଡର ଅପର୍ତ୍ତିବିନ୍ଦା, କମାରସାହି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ୧୦ ନଂ ଓ୍ୱାର୍ଡକୁ ବଫରଜୋନ ଘୋଷଣା କରାଯାଇଛି । ସମାନ ଭାବେ ଭଦ୍ରକ ବ୍ଲକର କୋରକୋରା ପଞ୍ଚାୟତ ବଫରଜୋନ ଓ କୋରକୋରା ଗ୍ରାମକଣ୍ଟେନଣ୍ଟେଜୋନ ହୋଇଥିବା ବେଳେ ବଣିଆ ପଞ୍ଚାୟତ ବଫରଜୋନ ଓ ବଣିଆ ଗ୍ରାମ କଣ୍ଟେନମେଣ୍ଟ ଜୋନ ହୋଇଛି । ଅନ୍ୟପକ୍ଷରେ ବାସୁଦେବପୁର ବ୍ଲକର ଖରିଦାବିନାୟକପୁର, ପଦ୍ମପୁର ଏବଂ ଧାମନଗର ବ୍ଲକର ନଦୀଗାଁ ପଞ୍ଚାୟତକୁ ବଫରଜୋନ କଟକଣାରୁ ମୁକ୍ତ କରାଯାଇଥିବା ବେଳେ ବାସୁଦେବପୁର ବ୍ଳକର ବଗଦାବିନାୟକପୁର ଗ୍ରାମ, କପାଗଡିଆ ନୋଡାଲ ସ୍କୁଲ, ପଦ୍ମପୁର ଗ୍ରାମର ଠାକୁରବାଡି ସାହି, ଧାମନଗର ବ୍ଲକର ନଦୀଗାଁ ହାଇସ୍କୁଲକୁ କଣ୍ଟେନମେଣ୍ଟଜୋନ କଟକଣାରୁ ମୁକ୍ତ କରାଯାଇଛି ।

 

 

Leave A Reply