Odisha news

ପୌର କର୍ମଚାରୀଙ୍କ ପରେ ତହସିଲ କର୍ମଚାରୀ “କରୋନା’ ଆକ୍ରାନ୍ତ : ଭଦ୍ରକ ସହରାଞ୍ଚଳରେ ବଢିଚାଲିଛି ସ୍ଥାନୀୟ ସଂକ୍ରମଣ

0

ଭଦ୍ରକ : ଭଦ୍ରକରେ ଏବେ ସ୍ଥାନୀୟ ସଂକ୍ରମଣ ବା ଲୋକାଲ କଣ୍ଟାକଫ ଦିନକୁ ଦିନ ବଢିଚାଲିଛି । ଫଳରେ ଆଗକୁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣା ସମ୍ଭାବାନାକୁ ଜାଗ୍ରତ କରିଛି । ମୁଖ୍ୟତଃ ସହରାଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ସହରବାସୀଙ୍କୁ ଭୟଭୀତ କରିଛି । ଜିଲ୍ଲାରେ ଏବେ ସୁଦ୍ଧା ପ୍ରାୟ ୨୩ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହେଲେଣି । ପୌରପାଳିକା ପରେ ଆଜି ଜଣେ ଭଦ୍ରକ ତହସିଲ ଅଫିସର କର୍ମଚାରୀ କରୋନା ଆକ୍ରାନ୍ତ ହେବାର ଜଣାପଡିବା ପରେ କର୍ମଚାରୀ ମହଲରେ ଆତଙ୍କ ଖେଳିଯାଇଛି ।

ହେଲେ ତହସିଲଦାର କାର୍ଯ୍ୟାଳୟକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯିବ କି ନାହିଁ ଏଥିନେଇ ଏଯାଏଁ କୌଣସି ଘୋଷଣା କରାଯାଇନାହିଁ । ଏସମ୍ପର୍କରେ ଭଦ୍ରକ ତହସିଲଦାର ଜ୍ୟୋତିବିକାଶ ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ ସର୍ଟ ଡାଉନ ଚାଲିଥିବାରୁ ତହସିଲ ବନ୍ଦ ହେବା ଘୋଷଣା କରାଯାଇନଥିବା କହିଛନ୍ତି । ତେବେ ସୋମବାର ଠାରୁ ୭ଦିନ ଦିନ ପାଇଁ ଛୁଟି ଘୋଷଣା ଓ ସବୁ କର୍ମଚାରୀ ହୋମ୍‍ କ୍ୱାରେନଟାଇନରେ ରହିବେ ବୋଲି ସେ କହିଛନ୍ତି ।

ଆକ୍ରାନ୍ତ ତହସିଲ କର୍ମଚାରୀ ଜଣଙ୍କ ଆଜି ବାହାରିଥିବା ଅପର୍ତ୍ତିବନ୍ଧା ୧୩ ନଂ ଓ୍ୱାର୍ଡ କୁମ୍ଭାରସାହି ଅଞ୍ଚଳର ଏକ ଭଡାଘରେ ରହୁଥିଲେ । ତେବେ ତହସିଲ କର୍ମଚାରୀ ଜଣଙ୍କ କାର୍ଯ୍ୟରତ ଅବସ୍ଥାରେ ବହୁ ସାଧାରଣ ଲୋକ ଓ ସରକାରୀ ପଦାଧିକାରୀଙ୍କ ସହ ମିଶିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆକ୍ରାନ୍ତ କର୍ମଚାରୀ ଜଣଙ୍କ ଜିଲ୍ଲାପାଳଙ୍କ ଅଫିସର କଣ୍ଟ୍ରୋଲ ରୁମ୍‍ରେ ମଧ୍ୟ ଡୁ୍ୟଟି କରିଥିଲେ । ଭଦ୍ରକ ତହସିଲଦାର କୋଭିଡ୍‍ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ବେଳେ ସହରରେ ବ୍ୟକ୍ତି ବିଶେଷ ହେଉ କିମ୍ବା ଦୋକାନବଜାର ହେଉ ନିୟମ ଉଲ୍ଲଘଂନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତେବେ ଆଜି ତାଙ୍କ ଦପ୍ତରର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଜିଲ୍ଲାର କୋଭିଡ୍‍ କଟକଣାର କାର୍ଯ୍ୟକାରୀତା ଉପରେ ସ୍ୱତଃ ପ୍ରଶ୍ନ ଉଠିଛି । ପୂର୍ବରୁ ଜଣେ ପୌର କର୍ମଚାରୀ ଓ ଆଜି ଜଣେ ତହସିଲ କର୍ମଚାରୀ “କରୋନା”ଆକ୍ରାନ୍ତ ହେବା ପରେ ସରକାରୀ କାର୍ଯ୍ୟାଳୟରେ ଭୟ ସଂଚାର ହୋଇଛି ।

Ad2
Leave A Reply