ଭଦ୍ରକ :ଭଦ୍ରକ ଜିଲ୍ଲାରୁ ଆଜିସୁଦ୍ଧା ଜୀବିକା ଅର୍ଜନ ପାଇଁ ଭିଟାମାଟି ଛାଡି ଯାଇଥିବା ୩୦ହଜାର ୯ଶହ ପ୍ରବାସୀ ଜିଲ୍ଳାକୁ ଫେରିଥିବାର ପ୍ରଶାସନ ସୂତ୍ରରୁ ଜଣାଯାଇଛି । ଏହି ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କ ବହୁମୂଖୀ କଲ୍ୟାଣ ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ଡ.ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ସଦଭାବନା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି ।
କୋଭିଡ୍-୧୯ ସଂକ୍ରମଣ ସ୍ଥିତିରେ ବାହାର ରାଜ୍ୟ ଓ ଦେଶରୁ ଫେରିଥିବା ଶ୍ରମିକମାନଙ୍କ ଜୀବିକାର ଉପାୟ ନେଇ ବୈଠକରେ ଆଲୋଚନା ହୋଇଥିଲା । ଫେରି ଆସିଥିବା ପ୍ରବାସୀମାନଙ୍କ ପାଇଁ ଏଭଳି ପରିସ୍ଥିତିରେ ଏବେ କି କାର୍ଯ୍ୟକ୍ରମ କରାଯାଇ ପାରିବ ସେଥିନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥ୍ିଲା । ପ୍ରବାସୀ ଶ୍ରମିକମାନଙ୍କର ସମୟ, ଶକ୍ତି ଓ ନିପୁଣତାର ସଦଉପଯୋଗ କରାଯାଇ ପାରିବ ଏନେଇ ଜିଲ୍ଲାପାଳ ଡ.ଦାସ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତୀତ ଏମାନଙ୍କ କୌଶଳ ଓ ନିପୁଣତାର ସର୍ଭେକ୍ଷଣ କରି ଏମାନଙ୍କୁ ଆବଶ୍ୟକତା ଅନୁସାରେ ଥଇଥାନ ଓ ନିଯୁକ୍ତି ଦିଆଯିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି ବୋଲି ଜିଲ୍ଲାପାଳ ବୈଠକରେ ମତପ୍ରକାଶ କରିଥିଲେ ।
ସେ କହିଥିଲେ ଯେ, କୃଷି କ୍ଷେତ୍ରରେ ବହୁମୂଖୀ ବିକାଶର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରାଯିବ । ବିଶେଷ କରି କୃଷିରେ ଉପିାଦକତାରେ ବୃଦ୍ଧି, ପଶୁଧନ ବିକାଶ ସହ ପନିପରିବା ଓ ମାଛଚାଷ ଉପିାଦନରେ ବିପୁଳ ସମ୍ଭାବନା ଥିବାରୁ ପ୍ରବାସୀମାନଙ୍କୁ ଏଥିରେ ଭାଗ ନେବାକୁ ସୁଯୋଗ ଦିଆଯିବ ବୋଲି କହିଥିଲେ । ଏହାବ୍ୟତୀତ ମନରେଗାରେ ଖଟିଖିଆ ଦିନମଜୁରୀଆଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ସହ କୁଶଳୀ ଓ ଅଣକୁଶଳୀମାନଙ୍କୁ ସର୍ଭେକ୍ଷଣ କରାଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି କରି ନିଯୁକ୍ତି ଯୋଗାଇ ଦିିଆଯିବାର ବ୍ୟବସ୍ଥା ରଖାଯାଇଛି । ଏହି ସବୁ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି । କୃଷି ବିଭାଗ ପକ୍ଷରୁ ୯୦୪୯ଚାଷୀଙ୍କୁ ବିଭିନ୍ନ ପ୍ରକାର କୃଷି ସହାୟତା ଯୋଗାଇଦେବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ସେହିଭଳି ଛତୁଚାଷ ପାଇଁ ୫ହଜାର ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୧୦ହଜାର ବ୍ୟକ୍ତିଙ୍କୁ ସହାୟତା ଯୋଗାଇଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି ।
କୁକୁଡା ଚାଷ ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଯୋଗାଇବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ମାଛଚାଷ ପାଇଁ ୧୦୦ ସ୍ୱୟଂସହାୟିକା ଗୋଷ୍ଠୀ ଓ ୮ଶହ ମାଛଚାଷୀଙ୍କୁ ୮୧୬ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ପଞ୍ଚାୟତରାଜ ବିଭାଗ ଓ ଜୀବିକା ମିଶନ ବିଭାଗ ପକ୍ଷରୁ ମନରେଗାରେ ୯ଲକ୍ଷ ୩୫ହଜାର ୧୭୩ଜଣ ପ୍ରବାସୀଙ୍କୁ କର୍ମନିଯୁକ୍ତି ଦେବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ସେହିପରି ଦକ୍ଷତା ବୃଦ୍ଧି ପାଇଁ ୧୮ରୁ ୩୫ ବର୍ଷ ମଧ୍ୟରେ ୨୪୬୧ଜଣଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ୫ଶହ ଫାର୍ମପଣ୍ଡ(ମୋ ପୋଖରୀ)ଖନନ ଜରିଆରେ ଥଇଥାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଜିର ଅନୁଷ୍ଠିତ ବୈଠକରେ ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଂଜୀବ ମଲ୍ଳିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ସଭାପତି ଦ୍ୱିଜବର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଡିଆରଡିଏର ପିଡି ମଧୁସୂଦନ ଦାସ, ଓଏଲ୍ଏମ୍ ଡିପିଏମ୍ ସଂଜୟ ବାରିକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କିରଣ ପରିଡା, ଉଦ୍ୟାନ ବିଭାଗ ଆସିଷ୍ଟାଣ୍ଡ ଡାଇରେକଫର ଉର୍ମିଳା ମହାପାତ୍ର, ମସି୍ୟ ବିଭାଗ, ପ୍ରାଣିଧନ ବିଭାଗର ଓ ସମବାୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ