ଭଦ୍ରକ :ସମଗ୍ର ବିଶ୍ୱ କରୋନାରେ କବଳତ ହୋଇଛି । ଆମ ରାଜ୍ୟ ଓଡିଶା ମଧ୍ୟ ସେଥିରୁ ବାଦ୍ ଯାଇନାହିଁ । ଏହି ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ କରୋନା ଯୋଦ୍ଧା ସାଜି ଦିନରାତି କାର୍ଯ୍ୟ କରିଚାଲିଛନ୍ତି । ତେବେ ଏହି କାର୍ଯ୍ୟରେ ସାମିଲ ଥାଇ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ ହୋଇ ଯାଇଛି । ଏ ନେଇ ଭଦ୍ରକ ଜିଲ୍ଲା ଓଏଏସ ସଂଘ ଗଭୀର ଶୋକ ପ୍ରକଟ କରିବା ସହ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ଶୋକସଭା କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶୋକସଭାରେ ଉପସ୍ଥିତ ସଦସ୍ୟ ସଦସ୍ୟମାନେ ପ୍ରଥମେ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏଥି ସହିତ ରାଜ୍ୟ ଓଏଏସ ସଂଘ ଭବନରେ ସ୍ୱର୍ଗତ ରାଇକିଆଙ୍କ ଏକ ଫଟୋଚିିତ୍ର ସ୍ଥାନିତ କରିବାକୁ ସର୍ବସମ୍ମତ କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ବ୍ୟତୀତ ଗଜପତି ସହରର ଏକ ରାସ୍ତାକୁ ସ୍ୱର୍ଗତ ରାଇକିଆଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ଶୋକସଭାରେ ଅନ୍ୟତମ ଅତରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ଜରୁରୀ ଅଧିକାରୀ ତଥା ଡେପୁଟି କଲେକଫର ଜୟଶ୍ରୀ ସେନାପତି, ଡେପୁଟି କଲେକଫର ମନୋରମା ଜାଲି, ଡେପୁଟି କଲେକଫର ପ୍ରଦୋଷ ମହାନ୍ତି, ଡେପୁଟି କଲେକଫର ସତ୍ୟରଂଜନ ପଣ୍ଡା, ପୌର ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ, ଭଦ୍ରକ ବିଡିଓ ଦାମୋଦର ଖୁଣ୍ଟିଆ ପ୍ରମୁଖ ସଂଘର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।