Odisha news

ଭଦ୍ରକ : ୫୭୧ନମ୍ବର ରଖି କୁମାରପୁର ହାଇସ୍କୁଲ ଛାତ୍ର ବିପ୍ଲବଜିତ୍ ମିଶ୍ର ଜିଲ୍ଲା ଟପ୍ପର

0

ଭଦ୍ରକ :ଆଜି ପ୍ରକାଶ ପାଇଥିବା ମାଟିକ୍ର ପରୀକ୍ଷା ଫଳରେ ପୂର୍ବଥର ଅପେକ୍ଷା ଭଦ୍ରକ ଜିଲ୍ଲାକୁ ଅଧିକ ସଫଳତା ମିଳିଛି । ପ୍ରକାଶ ପାଇଥିବା ଫଳରେ ଛାତ୍ରୀମାନେ ଛାତ୍ରମାନଙ୍କ ଠାରୁ ଆଗରେ ଅଛନ୍ତି । ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ(୨୦୧୯-୨୦)ମାଟ୍ରିକ ପରୀକ୍ଷା ଫଳ ୭୫.୭୬ପ୍ରତିଶତ ହୋଇଥିବା ବେଳେ ଗତ ବର୍ଷ(୨୦୧୮-୧୯)୬୭.୬୧ପ୍ରତିଶତ ହୋଇଥିଲା । ଜିଲ୍ଲାରେ ୭ଟି ବ୍ଳକରୁ ୨୨ହଜାର ୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୬ହଜାର ୬୮୫ଜଣ ପାଶ୍‍ କରିଥିବା ବେଳେ ଗତବର୍ଷ ୨୨ହଜାର ୮୮୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫ହଜାର ୪୭୫ଜଣ ପାଶ୍‍ କରିଥିଲେ । ଗତବର୍ଷ ୭ହଜାର ୪୧୩ ଫେଲ୍‍ ହୋଇଥିବା ବେଳେ ଚଳିତ ବର୍ଷ ୫ହଜାର ୩୨୯ଜଣ ଫେଲ୍‍ ହୋଇଛନ୍ତି । ପାଶ୍‍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୭ହଜାର ୭୩୫ଜଣ ଛାତ୍ର ଓ ୮ହଜାର ୯୫୦ଛାତ୍ରୀ ଅଛନ୍ତି । ଚଳିତ ବର୍ଷ ଏ୧-ରେ ୭୨ଜଣ ପାଶ୍‍ କରିଥିବା ବେଳେ ଗତ ବର୍ଷ ୪୦ଜଣ ପାଶ୍‍ କରିଥିଲେ ।

ସେହିପରି ଏ୨-ରେ ‘ଳିତ ବର୍ଷ ୪୫୬ଜଣ ପାଶ୍‍ କରିଥିବା ବେଳେ ଗତବର୍ଷ ୪୪୮ଜଣ ପାଶ୍‍ କରିଥିଲେ । ବି୧-ରେ ୭୯୭ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗତଥର ୯୬୫ ପାଶ୍‍ କରିଥିଲେ । ବି୨-ରେ ଚଳିତ ବର୍ଷ ୧୨୯୫ ପାଶ୍‍ କରିଥିବା ବେଳେ ଗତଥର ୧୭୧୮ ପାଶ୍‍ କରିଥିଲେ । ସି-ଗ୍ରେଡ୍‍ରେ ୧୯୯୮ଜଣ ଚଳିତ ବର୍ଷ ପାଶ୍‍ କରିଥିବା ବେଳେ ଗତବର୍ଷ ୨୮୦୦ଜଣ ପାଶ୍‍ କରିଥିଲେ । ଡି-ଗ୍ରେଡରେ ଚଳିତ ବର୍ଷ ୩୬୫୪ପା୍‍ଶ କରିଥିବା ବେଳେ ଗତବର୍ଷ ୪୫୫୧ଜଣ ଉତ୍ତୀର୍ଣ୍ଣ ହୋଇଥିଲେ । ସେହିପରି ଇ-ଗ୍ରେଡ୍‍ରେ ୮୪୧୩ଏବର୍ଷ ପାଶ୍‍ କରିଥିବା ବେଳେ ଗତବର୍ଷ ୪୯୫୩ଜଣ ପାଶ୍‍ କରିଥିଲେ । ଜିଲ୍ଲାରେ ଚଳିତ ପରୀକ୍ଷା ଫଳରେ ସର୍ବାଧିକ ୫୭୧ନମ୍ବର ରଖି ବାସୁଦେବପୁର ବ୍ଲକ ସରକାରୀୟୁଜି ହାଇସ୍କୁଲ, କୁମାରପୁର ର ଛାତ୍ର ବିପ୍ଲବଜିତ୍‍ ମିଶ୍ର ଜିଲ୍ଳା ଟପ୍ପର ହୋଇଛନ୍ତି ।

ଟªର ଶ୍ରୀ ମିଶ୍ର ଓଡିଆରେ ୯୧, ଇଂରାଜୀରେ ୯୦, ସଂସ୍କୃତରେ ୯୯, ଗଣିତରେ ୧୦୦, ବିଜ୍ଞାନରେ ୯୬, ଏସଏସ୍‍ଜିରେ ୯୫ ରଖିଛନ୍ତି । ବିପ୍ଲବଜିତଙ୍କ ବାପା ବିବେକାନନ୍ଦ ମିଶ୍ର କାନ୍ତିପୁରୟୁପି ସ୍କୁଲ ଶିକ୍ଷକ ଓ ମାତା ସୁଷମାମଂଜରୀ ମିଶ୍ର ଜଣେ ଗୃହିଣୀ । ତାଙ୍କ ଘର ଜିଲ୍ଳାର ବାସୁଦେବପୁର ବ୍ଲକ ପଢୁଆଁ ଗାଁରେ । ତାଙ୍କ ପିତା, ମାତା, କକା, ଶିକ୍ଷକଙ୍କ ଯୋଗୁଁ ସେ ଏଡି ସଫଳତା ପାଇଥିବା କଥା କହିଛନ୍ତି । ପରିଶ୍ରମର ଫଳ ବ୍ୟର୍ଥ ହୁଏନି ଓ ଭବିଷ୍ୟତରେ ଡାକ୍ତର ହେବି ଓ ନିସ୍ୱାର୍ଥପରଭାବେ ସେବା କରିବି ବୋଲି ଜିଲ୍ଲା ଟªର ବିପ୍ଲବଜିତ୍‍ କହିଛନ୍ତି । ସେହିପରି ମାଟ୍ରିକ ପରୀକ୍ଷା ଫଳ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ମତ ଦେଇଛନ୍ତି : ଜିଲ୍ଲାର ପାଶ୍‍ହାରରେ ଆଶାନୁରୂପକ ସଫଳତା ମିଳିଛି ଭଦ୍ରକ ଜିଲ୍ଲାସ୍କୁଲରେ ଗତ ୩/୪ବର୍ଷ ଧରି ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ହେଉନଥିବା ବେଳେ ଚଳିତ ବର୍ଷ ଜିଲ୍ଲାସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି ବୋଲି କହିଛନ୍ତି । ଗତବର୍ଷ ଜିଲ୍ଲାସ୍କୁଲରେ ଏ୧-ଗ୍ରେଡ୍‍ କୁ ଜଣେ ହେଲେ ଦଖଲ କରିବାରେ ସଫଳ ହୋଇନଥିବା ବେଳେ ଏବର୍ଷ ଜଣେ ଛାତ୍ର ପାଇବା ଘଟଣା ଜିଲ୍ଲା ପାଇଁ ଉଲ୍ଲେଖନୀୟ ଘଟଣା ବୋଲି ଶିକ୍ଷାଧିକାରୀ ଶ୍ରୀ ସାହୁ କହିଛନ୍ତି

Nalco
Leave A Reply