ଭଦ୍ରକ : ୪ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା-୫୫୩ ; ବ୍ୟବସାୟୀ ଚିହ୍ନଟ ପରେ କଚେରୀ ବଜାର ଓ ଏକତା ମାର୍କେଟକୁ ସର୍ଟଡାଉନ
ଭଦ୍ରକ :ଭଦ୍ରକରେ ଆଉ ନୂଆ ୪ଜଣ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୩ରେ ପହଞ୍ଚିଛି । ତେବେ ସୁସ୍ଥଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁ ଏବେ ଜିଲ୍ଲାର ଆକଫିଭ କେଶ୍ ୧ଶହରୁ ତଳକୁ ଆସିଛି । ନୂଆ ୨୭ଜଣ ସୁସ୍ଥ ହେବା ପରେ ସୁସ୍ଥଙ୍କ ସଂଖ୍ୟା ୪୫୯ରେ ପହଞ୍ଚିଛି । ଏବେ ଆକଫିଭ କେଶ ୯୨ ରହିଛି । ନୂତନ ଚିହ୍ନଟ ଆକ୍ରାନ୍ତ ୪ଜଣ ସମସ୍ତେ ଲୋକାଲ କଣ୍ଟାକଫ କେଶ । ୨ଜଣ ଭଦ୍ରକ ପୌରପାଳିକାର ୬ ନଂ ଓ୍ୱାର୍ଡ ମଠସାହି ଗ୍ରାମର, ଜଣେ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସାହାରଗଡିଆ ଗ୍ରାମର ଏବଂ ଆଉ ଜଣେ ଭଦ୍ରକ ବ୍ଲକ ଏରେଇଁ ପଞ୍ଚାୟତ ଆଦିବାସୀ ସାହିର ।
ଦୃତ ସଂକ୍ରମଣକୁ ଲକ୍ଷ୍ୟ କରି ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ଅଞ୍ଚଳରେ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଗତକାଲି ଏକତା ମାର୍କେଟରେ କରାଯାଇଥିବା ବେଳେ ଆଜି ବନ୍ତ ଛକଠାରେ କରାଯାଇଛି । ତେବେ ଗତକାଲି ଏକତା ମାର୍କେଟରେ ମୋଟ ୩୯ଜଣଙ୍କ ସ୍ୱାବ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀଙ୍କ କରୋନା ପଜିଟିଭ କେଶ ବାହାରିଥିଲା । ଫଳରେ ଏକତା ମାର୍କେଟ ଓ କଚେରୀବଜାରକୁ ୭୨ ଘଣ୍ଟା ପାଇଁ ସର୍ଟଡାଉନ ଘୋଷଣା କରିଛନ୍ତି ପୌରନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ । ଏହି କଟକଣା ଆଜି ସକାଳ ୫ଟାରୁ ଲାଗୁ ହୋଇ ୧ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଆଜି ଏହି ସବୁ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।
