Odisha news

କାଜି ସାହେବଙ୍କ ମଜାରରେ ନିର୍ମାଣ ହେଲା ସୁନ୍ଦର ତୋରଣ : ଯୋଗଦେଲେ ବିଧାୟକ ଓ ସାଂସଦ

0
ଭଦ୍ରକ : ଭଦ୍ରକ ପୁରୁଣାବଜାର ଅଞ୍ଚଳର ୧୮ନମ୍ବର ୱାର୍ଡରେ ଥିବା କାଜି ସାହେବଙ୍କ ମଜାରରେ ଏକ ନୂତନ ସୁନ୍ଦର ତୋରଣ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ସଭାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ,ସାଂସଦ ମଞ୍ଜୁଲତା ମଣ୍ଡଳ,ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡିଶା ସରକାରଙ୍କ ସଂଖ୍ୟାଲଘୁ ସମ୍ପ୍ରଦାୟର ଉପଦେଷ୍ଠା ତାହେରା ଖାତୁନ, ନଗର ବିଜେଡି ସଭାପତି ତାହେର ମୋହମଦ, ୱାର୍ଡର ପାରିଷଦ ନାସର ଅଲି ଖାନଙ୍କ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ । ପ୍ରଥମେ ଉପରୋକ୍ତ ଅତିଥି ମାନେ ବାବାଙ୍କ ଉପରେ ଚାଦର ଚଢାଇ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ଅର୍ଥ ଦେଉଛନ୍ତି । କିନ୍ତୁ ପୁରୁଣାବଜାର ଅଂଚଳ ପାଇଁ ବିଭିନ୍ନ ନୂଆ ନୂଆ ପ୍ରୋଜେକ୍ଟ କରି ଅର୍ଥ ବ୍ୟୟ ବରାଦ କରୁଛନ୍ତି ବୋଲି କହିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ । ସେହିଭଳି ବିଜେଡି ସରକାର ସବୁ ବେଳେ ଏ ଅଞ୍ଚଳ ପାଇଁ ଚିନ୍ତା କରୁଛି ବୋଲି ସାଂସଦ ମଞ୍ଜୁଲତା ମଣ୍ଡଳ କହିଥିଲେ । କାଜି ସାହେବଙ୍କ ମଜାର ନିକଟରେ ଏକ ତୋରଣ ନିର୍ମାଣ ପାଇଁ  ଏ ଅଞ୍ଚଳ ବାସିନ୍ଦା ମାନଙ୍କର ଅନେକ ଦିନରୁ ଦାବି ଥିଲା । ତାହାକୁ ନେଇ  ବିଧାୟକ ସଞ୍ଜୀବ ମଲ୍ଲିକ ଓ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ ଏକ ସୁନ୍ଦର ତୋରଣ ନିର୍ମାଣ କରାଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ପାରିଷଦ ନାଶିର ଖାନ ।
Leave A Reply