ଭଦ୍ରକ, ତା୨୩ା୬ : : ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳରୁ ଏହିଭଳି ଏକ ଠକକୁ ପୋଲିସ୍ ଆଜି ଗିରଫ କରିଛି । ଏହାସହ ପୋଲିସ୍ ସେହି ଠକ୍ ପାଖରୁ ନଗଦ ୪୦ ହଜାର ଟଙ୍କା ସହିତ ସୁନା ଗହଣା ଓ ଗାଡିକୁ ମଧ୍ୟ ଜବତ କରିଛି । ପୋଲିସର ସୂଚନା ଅନୁଯାଇ ଭଦ୍ରକ ସାବରଙ୍ଗ ଅଂଚଳର ସହିଦ ରନôାକର ମହାପାତ୍ରଙ୍କ ପୁଅ ସୌଭାଗ୍ୟ ରଞ୍ଜନ ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷକ ଭାବେ ଚାକିରୀ କରିଛନ୍ତି । ଜୟପୁର ଅଂଚଳର ସଂଗ୍ରାମ କେଶରୀ ବାରିକ ନାମକ ଯୁବକ ପ୍ରଥମେ ସହିଦ ରନôାକରଙ୍କ ସ୍ତ୍ରୀ ସୌଦାମିନୀ ମହାପାତ୍ରଙ୍କୁ ଫୋନ କରି ତାଙ୍କ ପୁଅଙ୍କୁ ତାଙ୍କ ନିଜ ଅଂଚଳକୁ ସ୍ପେସିଆଲ ଟ୍ରାନ୍ସଫର କରେଇ ଦେବ ବୋଲି କହିଥିଲା । ସେ ଶିକ୍ଷା ବିଭାଗର ସେକ୍ସନ ଅଫିସର ଅଛି ବୋଲି ପରିଚୟ ମଧ୍ୟ ଦେଇଥିଲା । ସେଥିପାଇଁ ପ୍ରଥମେ ୫ ଲକ୍ଷ୍ୟ ଟଙ୍କା ଲାଗିବ ବୋଲି କହିଥିଲା ।
ପରେ ପରେ ବଦଳି ନିୟମ ଚେଞ୍ଜ ହୋଇଛି ବୋଲି କହି ସୌଦାମିନୀଙ୍କ ଠାରୁ ଆହୁରି ୯୨ଟି ଫେଜରେ ଅନଲାଇନ ମାଧ୍ୟମରେ ୩୪ ଲକ୍ଷ୍ ୮ ହଜାର ୮୧୫ ଟଙ୍କା ଠକେଇ ନେଇ ଯାଇଥିଲା । ସେହି ଟଙ୍କାରେ ସଂଗ୍ରାମ ଏକ ସ୍କୋଡା ରାପିଡ଼ କାର କିଣିବା ସହ ବିଭିନ୍ନ ସୁନା ଗହଣା କିଣିବା ସହ ଭୁବେନେଶ୍ୱରରେ ବଡ଼ ବଡ଼ ହୋଟେଲରେ ଅୟସ କରିଥିଲେ ।ହେଲେ ବଦଳୀ ଆଦେଶ ଶେଷ ପର୍ଯ୍ୟନ୍ତ ଦେଇପାରିନଥିଲା । ତେଣୁ ଯେତେବେଳେ ସମସ୍ତ ଟଙ୍କା ନେବା ପରେ ଚାକିରୀ ଟ୍ରାନ୍ସଫର ଅର୍ଡର ମାଗିବା ସମୟରେ ସୌଦାମିନୀକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ସଂଗ୍ରାମ । ଏମିତିକି ପୋଲିସକୁ ଜଣାଇଲେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହି ଠକେଇ ପରେ ସୌଦାମିନୀ ତାଙ୍କ ପୁଅ ସୌଭାଗ୍ୟ ସାବରଙ୍ଗ ଥାନାରେ ଲିଖିତ ଭାବେ ଜଣାଇଥିଲେ । ସାବରଙ୍ଗ ପୋଲିସ ଓ ଗ୍ରାମାଞ୍ଚଳ ପୋଲିସ ଏହି ଘଟଣାର ତଦନ୍ତ କରି ଠକ ସଂଗ୍ରାମ କେଶରୀକୁ ବାସୁଦେବପୁର ଅଂଚଳରୁ ଗିରଫ କରିଛି । ତାଙ୍କ ନିକଟରୁ ଏକ ସ୍କୋଡା ରାପିଡ଼ କାର, ନଗଦ ୪୦ ହଜାର ଟଙ୍କା,୧୩୫ ଗ୍ରାମର ସୁନା, ମୋବାଇଲ ଫୋନ ସହ ବିଭିନ୍ନ ବ୍ୟାଙ୍କ ପାସବୁକକୁ ଜବତ କରିଛି ପୋଲିସ । ଏହି ଠକେଇରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେଥିପାଇଁ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଭଦ୍ରକ ଏସଡିପିଓ ପ୍ରକାଶ ପାଲ
