ଭଣ୍ଡାରିପୋଖରୀ,୨୩ା୬ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବିଡିଓ ଦେବଦତ୍ତ ଦାଶ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ବର୍ଷାରାଣୀ ଜେନା, ଡାକ୍ତର ଆଦିତ୍ୟ ସାହୁ, ସୌମ୍ୟରଞ୍ଜନ ସାହୁ, ଏବିଇଓ ଜଗନ୍ନାଥ ବାରିକ, ସ୍ୱାସ୍ଥ୍ୟ କର୍ମଚାରୀ ଶୁଭ୍ରା ଗାଙ୍ଗୁଲି, ବିପିଏମ ରଶ୍ମିରେଖା ପୃଷ୍ଟି, ଫାର୍ମାଶିଷ୍ଟ ପଙ୍କଜ ବେହେରା, ଅର୍ଥ ପରିଚାଳକ ରଞ୍ଜିତ କୁମାର ବରାଳ, ବରିଷ୍ଠ ସେବିକା ଅନୁପମା ଦାସ, ସନ୍ଧ୍ୟାରାଣୀ ପାତ୍ର, ପ୍ରଫୁଲ୍ଲ ଖଟୁଆ, ବାସୁଦେବ ଉପାଧ୍ୟାୟ, ହେମନ୍ତ ଜେନା, ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିମଳ ବ୍ୟବସ୍ଥାର ସୁଧାର, ଭିତ୍ତଭୂମିର ଉନ୍ନତିକରଣ, ପାଚେରି ନିର୍ମାଣ, ଶୌଚାଳୟ ନିର୍ମାଣ, ଆମ୍ବୁଲାନ୍ସ ଯୋଗାଣ, ରକ୍ତଭଣ୍ଡାର କାର୍ଯ୍ୟକ୍ଷମ, ଡାକ୍ତର ଓ କର୍ମଚାରୀ ଅଭାବ ପୂରଣ, ଅନ୍ତେବାସୀ ରୋଗୀଙ୍କ ନିମନ୍ତେ ଡାକ୍ତରଖାନା ପରିସରରେ ରୋଷେଇଶାଳା ସ୍ଥାପନା ଆଦି ବହୁ ପ୍ରସଙ୍ଗରେ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିପାଇଁ ବିଧାୟକ ହାତପାଣ୍ଠି, ଜିଲ୍ଲାପରିଷଦ ପାଣ୍ଠି ଓ ସରକାରଙ୍କ ଅନୁଦାନ ବିନିଯୋଗ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ମେଡିକାଲ କର୍ମଚାରୀ ଲଲାଟ ପାଢୀ ଧନ୍ୟବାଦ ଦେଇଥିଲେ ।
