କଂଗ୍ରେସ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ : ଭଦ୍ରକରେ ମେଡ଼ିକାଲ କଲେଜ ପାଇଁ ବିଧାନସଭାରେ ଦାବି କରିବ ନବଗ୍ରହ ସୁରେଶ ରାଉତରାୟ
ଭଦ୍ରକ,୨୧/୨ : ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗ ଦେଇ ଭଦ୍ରକର ସମସ୍ୟାକୁ ସରକାରୀ ଦଳର ନିର୍ବାଚିତ ପ୍ରତିନିଧି ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବା ଚାହୁଁ ନାହାନ୍ତି ।
ଆମ ଦଳର ସାଂସଦ ସଂସଦରେ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିକୁ ଉପସ୍ଥାପନ କରିଛନ୍ତି । ମୁଁ ଓ ଆମେ ନବଗ୍ରହ କଂଗ୍ରେସ ଦଳର ବିଧାୟକ ମେଡ଼ିକାଲ କଲେଜ ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବୁ । ବିଧାନସଭା ନେତା ନଳିନୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ ବଢି ଚାଲିଥିବା ନିଶା କାରବାରରେ ସଂପୃକ୍ତ ବ୍ୟକ୍ତି ସରକାରୀ ଦଳର ବାହୁଛାୟା ତଳେ ରହି ଶାନ୍ତିପ୍ରିୟ ଭଦ୍ରକ ମାଟିକୁ ଅଶାନ୍ତ କରୁଛନ୍ତି । ମୁଁ ଭଦ୍ରକ ଜନସାଧାରଣଙ୍କ ପାଇଁ ସବୁଦିନ ସୁଖ ଦୁଃଖରେ ଓ ସାମାଜିକ ନ୍ୟାୟ ଦେବାରେ ନିଜକୁ ଉତ୍ସର୍ଗ କରିବି ।
ମୁଖ୍ୟବକ୍ତା ଭାବେ ପ୍ରଦେଶ କଂଗ୍ରେସର ପୂର୍ବତନ ଗଣମାଧ୍ୟମ ମୁଖ୍ୟ ସତ୍ୟପ୍ରକାଶ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭଦ୍ରକରେ କଂଗ୍ରେସ ଦଳ ଶିକ୍ଷାକୁ ଗୁରୁତ୍ୱ ଦେଇ ଇଂଜିନିୟରିଂ ସ୍କୁଲ, ଭଦ୍ରକ କଲେଜ ଭଳି ଶିକ୍ଷାନୁଷ୍ଠାନ ଠିଆ କରୁଥିବା ବେଳେ ଏବେର ଶାସନ କ୍ଷମତାରେ ଥିବା ବିଜେଡି ଯୁବକମାନଙ୍କୁ ନିଶାସକ୍ତ କରି ପଥଭ୍ରଷ୍ଟ କରିଚାଲିଛନ୍ତି । ସମ୍ମାନିତ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ତାଙ୍କ ବକ୍ତବ୍ୟରେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ଭଦ୍ରକ ପୌରପାଳିକା ଦଖଲ କରିବା ସହ ପଞ୍ଚାୟତ ଓ ଜିଲ୍ଲା ପରିଷଦରେ ଭଲ ପ୍ରଦର୍ଶନ କରିବ ।
ସେଥିପାଇଁ କର୍ମୀମାନେ ଏକଜୁଟ୍ ରହି ଏ ଜନ ବିରୋଧୀ ସରକାର ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଲୋକସଭା ନେତ୍ରୀ ମଧୁମିତା ସେଠୀ ଚାଷୀ ସମସ୍ୟା, ବେରୋଜଗାର ସଂକ୍ରାନ୍ତରେ ବକ୍ତବ୍ୟ ରଖିଥିବା ବେଳେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦେଶ କଂଗ୍ରେସ ପ୍ରଭାରୀ ଉମାବଲ୍ଲଭ ରଥ ମହାତ୍ମା ଗାନ୍ଧୀଙ୍କ ଦେଶରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସତ୍ୟ, ଧର୍ମ, ନ୍ୟାୟ ବିଚାରରେ ଚାଲିବା ପାଇଁ କର୍ମୀଙ୍କୁ ବୁଝାଇଥିଲେ ।
ସଭା ପ୍ରାରମ୍ଭରେ ବ୍ଳକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ସାମଲ, ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁଙ୍କ ମିଳିତ ସଂଯୋଜନାରେ ପଞ୍ଚାୟତ ଓ ପୌରପାଳିକା ସ୍ତରୀୟ ନେତୃମଣ୍ଡଳୀ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପଞ୍ଚାୟତ ସ୍ତରର ୫ଜଣ ଓ ପୌରାଞ୍ଚଳର ୫ଜଣ ବରିଷ୍ଠ କଂଗ୍ରେସ କର୍ମୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ନେତା ଦିଗମ୍ବର ଦାସ, ଧାମନଗର ନେତା ବିଦ୍ୟାଧର ଯେନା, ଦିଲିପ ନାୟକ, ଦେବେନ୍ଦ୍ର ମହାନ୍ତି, ଆଶିଷ ରାଉତ, ଅସ୍ରଫ୍ ଅଲ୍ଲୀ ଖାଁ, ସେକ୍ ସମ୍ଦାନୀ, ଗୁଲାମ ମଇଉଦ୍ଦିନ, ସେକ୍ ଜୁଲ୍ଫୁକାର, ସେକ୍ ଫରିଜୁଦ୍ଦିନ, ବିଜୟ ବାରିକ, ସେକ୍ ଇଲିୟାସ, ସେକ୍ ଜିକୁ, ସେକ୍ ରିଆଜ, ରାଜନ ଲାହା, ରଂଜନ ଜେନା, ଚନ୍ଦ୍ରକାନ୍ତ ମହାପାତ୍ର, ରାମଚନ୍ଦ୍ର ପଣ୍ଡା, ଅନନ୍ତ ପଣ୍ଡା, ନରେନ୍ଦ୍ର ସାହୁ, ଲକ୍ଷ୍ମୀପ୍ରିୟା ଯେନା, ଶୁଭଲକ୍ଷ୍ମୀ ଜେନା, ଗୋଲକ ମହାପାତ୍ର, ଗୌରହରି ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବନ୍ଧୁ ମିଳନ ଉତ୍ସବରେ ୩୬ ପଞ୍ଚାୟତ ଓ ୩୦ ପୌରାଞ୍ଚଳ ୱାର୍ଡରୁ ଶତାଧିକ କର୍ମକର୍ତ୍ତା ଓ ନେତୃମଣ୍ଡଳୀ ଯୋଗ ଦେଇଥିଲେ ।
High quality generic Tadalafil from trusted supplier. buy viagra online Too because of longer tolerance it becomes not available.