Odisha news

ଭଦ୍ରକ ସହରରେ ବଢ଼ୁଛି ଟାଇମ୍ ପାସ୍ ବେପାର

0

ଭଦ୍ରକ, ୨୬ା୧୨ : ଦୈନନ୍ଦିନ ଜୀବନ ହେଉକି କେଉଁଆଡ଼େ ଯାତ୍ରାର ସମୟ । ସମୟ କାଟିବା ପାଇଁ ଲୋକେ ଅନେକ ବିକଳ୍ପ ବାଛି ଥାନ୍ତି । ଯଦି ବସ୍ କିମ୍ଭା ଟ୍ରେନରେ ଲମ୍ବା ଯାତ୍ରା କରିବାକୁ ପଡ଼େ ତେବେ ଟାଇମ୍ ପାସ କରିବା ପାଇଁ ଲୋକେ ବିଭିନ୍ନ ପନ୍ଥାଆପଣେଇଥାନ୍ତି । କିଏ ଖବର କାଗଜ କିଣି ପଢ଼ି ସମୟ ବିତାନ୍ତି ତ କିଏ ମୋବାଲରେ ସୋସିଆଲ ମିଡ଼ିଆ ବ୍ୟବହାର କରିଥାନ୍ତି । ହେଲେ ଯଦି ଘରେ ବସି ଟାଇମ୍ ପାସ କରିବାକୁ ହୁଏ ତ ଆପଣ କ’ଣ କରିବେ । ବହି ପଢ଼ିବେ ନହେଲେ ଟିଭି ଦେଖିବେ । କିଛି ନହେଲେ ଘର ଲୋକେ ଝାଲ୍ ମୁଢ଼ିରେ ପିଆଜ, ବିଲାତି, କଞ୍ଚାଲଙ୍କା, ବିଟ୍ ଲୁଣ ଭଳି ଅନେକ ସୁଆଦିଆ ସାମଗ୍ରୀ ପକାଇ ବନାଇକି ଦେବେ ।

ସେଥିପାଇଁ କିଛିଟା ପରିଶ୍ରମ କରିବାକୁ ପଡ଼ିଥାଏ । ତାହା ସହ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ । ହେଲେ ଏବେ ଭଦ୍ରକରେ ଟାଇମ୍ ପାସ୍ କରିବା ପାଇଁ ଏକ ସୁକ୍ଷ୍ମ ଓ ସୁନ୍ଦର ଉପାୟ ଲୋକଙ୍କ ହାତ ପାହାନ୍ତାରେ ମିଳିଯାଉଛି । ନା ସେମାନେ ଟାଇମ୍ ପାସ କରିବା ପାଇଁ ଘର ଲୋକଙ୍କୁ ହଇରାଣ କରିବାକୁ ପଡ଼ୁଛି ନା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ସିଦ୍ଧା ନେଲେ ବସିକି ଟାଇମ୍ ପାସ୍ କଲେ । ସେହେଉଛି ଭଦ୍ରକ ସହରର ସବୁ ଛକ ଏବଂ ରାସ୍ତା କଢ଼ରେ ମିଳୁଥିବା ବିଦେଶୀ ବାଦାମ୍ ।

ଜନଗହଳି ପୁର୍ଣ୍ଣ ସହର ଭଦ୍ରକରେ ଏବେ ରାଜ୍ୟ ବାହାରର ବାଦାମ୍ ବେପାରୀ ମାନେ ନିଜର ପସରା ମେଲାଇଛନ୍ତି । ଏହି ଶୀତୁଆ ପାଗରେ ଗରମ୍ ଗରମ ବାଦାମ୍ ଚାହିଦା ନକହିବା ଭଲ । ଲୋକେ ଅପେକ୍ଷାକରି ଗରମ୍ ଗରମ୍ ବାଦାମ୍ ନେଇ ଘରକୁ କେବଳ ଟାଇମ୍ ପାସ୍ କରିବା ପାଇଁ ନେଉଛନ୍ତି । ଲୋକଙ୍କ ଚାହିଦାକୁ ନଜରରେ ରଖି ରାଜ୍ୟ ବାହାରର ବାଦାମ୍ ବେପାରୀ ମାନେ ରାସ୍ତା କଢ଼ ମାନଙ୍କ କୁଢ଼ କୁଢ଼ ବାଦାମ ରଖି ବେପାର କରୁଛନ୍ତି । ବାଦାମ୍ କିଲୋ ପ୍ରତି ୧୨୦ଟଙ୍କା ରହିଥିଲା ବେଳେ ବାଦାମ୍ ସହ ବିଟ୍ ଲୁଣ ଫ୍ରୀରେ ଦେଇଥାନ୍ତି ।

ଦୀର୍ଘ ୯ମାସ ହେଲା ମହାମାରୀ କରୋନା ପାଇଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଗାଡ଼ି ମଟର ମଧ୍ୟ ସଠିକ୍ ଭାବେ ଚାଲିନଥିଲା । ଏବେ ଧିରେ ଧିରେ ପରିସ୍ଥିତି ସୁଧୁରିବାରେ ଲାଗିଛି । ରଜ୍ୟ ସରକାର କରୋନା କଟକଣା ମଧ୍ୟରେ ବିବାହ, ବ୍ରତଘର ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେିଛନ୍ତି । ସେହିପରି ବସ୍ ଓ ଟ୍ରେନ୍ ମଧ୍ୟ ଚାଲିଲାଣି । ଶୀତ ମଧ୍ୟ ଧିରେ ଧିରେ ବଢ଼ିବାରେ ଲାଗିଛି । ଏବେ ଭଦ୍ରକ ସହରରେ ରାସ୍ତା ମାନଙ୍କରେ ଦେଖିବାକୁ ମିଳୁଛି ବଦାମ୍ର ପସରା । ଭଦ୍ରକ ସହର ସମେତ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଟାଇମ୍ ପାସ୍ ଯୋଗାଇ ଦେବାକୁ ଏହି ବେପାର ଆରମ୍ଭ କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି ।

ନିଜର ବ୍ୟସ୍ଥବହୁଳ ଜୀବନ ଭିତରୁ ଭଦ୍ରକ ବାସୀ ଯେଉଁ ସ୍ୱଳ୍ପ ସମୟ ପାଇଥାନ୍ତି ସେହି ସମୟକୁ ଟିଭି ସମ୍ମାରେ ହେଉ କିମ୍ଭା ନିଜର ସାଙ୍ଗସାଥି ମାନଙ୍କ ଗହଣରେ ସମୟ ବିତାଇଥାନ୍ତି । ସେହି ସମୟରେ ଏବେ ଟାଇମ୍ ପାସ୍ ବାଦାମ୍କୁ ମଧ୍ୟ ସାଥୀରୁପେ ଗ୍ରହଣ କରିନେିଛନ୍ତି । ଅତ୍ୟନ୍ତ କ୍ଳାନ୍ତରେ ଥିବା ମଣିଷ ମଧ୍ୟ ବାଦାମ୍ ଚଣା ଖାଇ ନିଜ ମନକୁ ଶାନ୍ତ୍ୱନା ଦେଇଥାନ୍ତି । ଭଦ୍ରକର ବନ୍ତଛକ ରାସ୍ତା, ବାଇପାସ ଛକ ରାସ୍ତା, ଆରଡ଼ିଛକ ରାସ୍ତା, ଚରମ୍ପା ରୋଡ଼୍, ରାହାନ୍ଦିଆ ରୋଡ଼୍ ପରି ବିଭିନ୍ନ ଜାଗାରେ ଏହି ବାଦାମ୍ ବେପାରୀ ମାନେ ବେପାର କରୁଛନ୍ତି ।

ସେମାନଙ୍କୁ ପଚାରିବାରୁ ସେମାନେ ଉତ୍ତରପ୍ରଦେଶରୁ ବାଦାମ୍ ବ୍ୟବସାୟ କରିବା ପାଇଁ ଭଦ୍ରକ ସହରକୁ ଆସିଥିବା କହିଛନ୍ତି । ରାଜସ୍ଥାନର ଜୟପୁର ମଣ୍ଡିରୁ ଏହି ବାଦାମ୍ କ୍ରୟ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବେପାର କରିଥାନ୍ତି । ପୁର୍ବବର୍ଷ ଏହି ବାଦାମ୍ ୧ଶହ ଟଙ୍କାରେ ବିକ୍ରୀ ହେଉଥିଲା ଏଥର କିନ୍ତୁ କିଲୋପ୍ରତି ୧୨୦ଟଙ୍କାରେ ବିକ୍ରୀ ହେଉଛି । ପୁର୍ବବର୍ଷ ଅପେକ୍ଷା ଏଥର କିନ୍ତୁ ବେପାର ଭଲ ହେଉଥିବା କହିଛନ୍ତି ବାଦାମ୍ ବେପାରି ମୁନା

Leave A Reply