ଭଦ୍ରକ,୨୬ା୧୨ : ଭଦ୍ରକ ବ୍ଲକ ରାନ୍ଦିଆଠାରେ ଶୁକ୍ରବାର ଅପରାହ୍ନରେ ପ୍ରାୟ ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଗ୍ରାମୀଣ ପାର୍କକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଉଦଘାଟନ କରିଛନ୍ତି । ରାନ୍ଦିଆ ସରପଂଚ ମନୋରଂଜନ ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଯୋଗଦେଇ ସାଂସଦ ଶ୍ରୀମତୀ ମଣ୍ଡଳ ଓ ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ ଗ୍ରାମାଚଂଳର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିବା ସହ ଲୋକଙ୍କ ସବୁପ୍ରକାର ସୁବିଧା ଯୋଗାଇବା ସହ ସେମାନଙ୍କ ମନୋରଂଜନ ପାଇଁ ଏହି ପାର୍କ ପ୍ରତିଷ୍ଠା କରାଯାଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବିଡିଓ ନବକୃଷ୍ଣ ଜେନା, ରାନ୍ଦିଆ ସମିତିସଭ୍ୟା ରଶ୍ମିତା ମହାପାତ୍ର, ଯୁବନେତା ଇଲୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ