Odisha news

ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ନକଲି ଜର୍ଦ୍ଦା ମାଫିଆ

0

ଭଦ୍ରକ,୨୪ା୧୦ : ପୁଲିସ ସମ୍ନାରେ ଆଜି ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ନକଲି ଜର୍ଦ୍ଦା ମାଫିଆ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶରେ ଚଢ଼ାଉ ପାଇଁ ଯାଇଥିବା ସହରାଞ୍ଚଳ ପିସିଆର ଭ୍ୟାନକୁ ଅଟକ ରଖି ଉଭୟ ପୁଲିସ ଓ ସମ୍ବାଦ ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ନକଲି ଜର୍ଦ୍ଦା ମାଫିଆ ।

ଖବର ପାଇ ପୁରୁଣାବଜାର ଥାନା ପୁଲିସ ସମେତ ଆଉ କେତେକ ଗଣମାଧ୍ୟମ ପ୍ରତିନିଧି ସେଠାକୁ ଯାଇଥିବାବେଳେ, ମାଫିଆମାନେ ନିଜର ଶତାଧିକ ସମର୍ଥକଙ୍କ ସହ ପୁଣି ପୁଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି । ପରବର୍ତ୍ତୀ ସମୟରେ ସଶସ୍ତ୍ର ପୁଲିସ ସେଠାରେ ପହଞ୍ଚି ଅଟକ ଥିବା ପିସିଆର ଓ ପୁଲିସ କର୍ମୀଙ୍କୁ ଉଦ୍ଧାର କରିଛି ।

ଏହି ଘଟଣାରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ, କେତେକ ଆକ୍ରମଣକାରୀଙ୍କ ନାମରେ ଆକ୍ରମଣର ଶୀକାର ସାମ୍ବାଦିକ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କୁ ଗିରଫ କରିଥିଲା ବେଳେ ଅନ୍ୟମାନଙ୍କୁ ଖୋଜାଯାଇଛି ବୋଲି ପୁଲିସ କହିଛି । ଗିରଫ ଦୁଇଜଣ ହେଲେ ହେଲାସାହିର ସେକ୍ବାବୁ ଏବଂ ସେକ୍ କାଲିଆ । ତେବେ ସନ୍ଧ୍ୟା ସମୟରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ସମସ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କୁ ଭେଟିଛନ୍ତି । ଏସପି ରାଜେଣ ପଣ୍ଡିତ ଏହି ଘଟଣାରେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ।

ଏଠାରେ ସୁଚନା ଥାଉକି ପୁରୁଣାବଜାର ଥାନା ଅଞ୍ଚଳରେ ଏବେ ପ୍ରଚୁର ମାତ୍ରାରେ ନକଲି ଜର୍ଦ୍ଦା କାରବାର ହେଉଛି । କିନ୍ତୁ ସେମାନଙ୍କ ଉପରେ ପୁଲିସ ସେଭଳି ଆଖିଦୁର୍ଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ତେଣୁ ଏପରି ଘଟଣା ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି ।

Leave A Reply