Odisha news

ଶ୍ରୀ ଶ୍ରୀ ଭାରତମାତା ମନ୍ଦିରର ୫ମ ପ୍ରତିଷ୍ଠା ମହୋତ୍ସବ 

0

ଭଦ୍ରକ: ଶ୍ରୀ ଶ୍ରୀ ଭାରତ ମାତା ବିକାଶ ସମିତି ଆନୁକୂଲ୍ୟରେ ଭଦ୍ରକ-ବାଇପାସ ଭାରତମାତା ଛକ ସ୍ଥିତ ଭାରତମାତା ମନ୍ଦିରର ୫ମ ବାର୍ଷିକ ତି୍ରଦିବସୀୟ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ଶୁଭ ପ୍ରଭାତରେ ବହୁ ସଂଖ୍ୟାରେ ମହିଳା କଳସ ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରିଥିଲେ । ୧୫ ଜଣ ପଣ୍ଡିତଙ୍କ ବେଦମନ୍ତ୍ର ଉଚ୍ଚାରଣ , ଘଣ୍ଟା, କୀର୍ତ୍ତନ, ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ମା’ଙ୍କ ମନ୍ଦିର । ୩ଦିନ ଧରି ପାଳିତ ହେଉଥିବା ଏହି ପ୍ରତିଷ୍ଠାା ମହୋସ୍ôବରେ ବହୁ ମାନ୍ୟଗଣ୍ୟ , ଜ୍ଞାନୀ ଗୁଣି , ଆଧ୍ୟତ୍ମିକ ମାର୍ଗଦର୍ଶକ ଓ ଶ୍ରଧାଳୁଙ୍କ ସମାଗମ ଦେଖାଯାଇଥିଲା । କମିଟିର ଶତାଧିକ କର୍ମକର୍ତ୍ତାଙ୍କ ପରିଚାଳନାରେ ଏହି ଅଂଚଳର ବହୁ ଗ୍ରାମବାସୀ ସାମିଲ ହୋଇଛନ୍ତି । ପ୍ରଥମ ଦିବସରେ ରିତି ନିତିରେ ମା’ ଙ୍କୁ ପୂଜାର୍ଚ୍ଚନା, ଜଳାଧିବାସ, ହନୁମାନ ଚାଳିସା ଓ ଅଙ୍କୁରାର୍ପଣ ପ୍ରଭୃତି ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପଣ୍ଡିତ ଚତୁର୍ଭୁଜ ତ୍ରିପାଠୀଶର୍ମା, କୃଷ୍ଣଚନ୍ଦ୍ର ମିଶ୍ର, ପରମାନନ୍ଦ ପଣ୍ଡା, ଦିଲ୍ଲିପ କୁମାର ଉଦଗାତା, କାର୍ତ୍ତିକ ଚନ୍ଦ୍ର ମିଶ୍ର, ଅକ୍ଷୟ କୁମାର ତ୍ରିପାଠୀ , ରବିନାରାୟଣ ମିଶ୍ର, ଅଭୟ କୁମାର ପଣ୍ଡା, ବିମଳ କୁମାର ମିଶ୍ର, ସନ୍ତୋଷ କୁମାର ଶତପଥି, ବାପି ଆଚାର୍ଯ୍ୟ ପ୍ରମୁଖ ପୂଜା କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ଆସନ୍ତା କାଲି ସୁର୍ଯ୍ୟପୁଜା , ଗୋପୂଜା , ପ୍ରଧାନ ସଂକଳ୍ପ ଓ ୩ୟ ଦିବସରେ ପୂଜାସହ ଚଣ୍ଡିଯଜ୍ଞ , ଗୀତାଯଜ୍ଞ, ପୁର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ହେବବୋଲି କମିଟି କର୍ମକର୍ତ୍ତାଙ୍କ ପକ୍ଷରୁ ସୂଚନା ମିଳିଛି ।ସମାଜସେବୀ ତଥା ପ୍ରତିଷ୍ଠାତା କିଶୋର ମହାପାତ୍ର, ଶେଖର ମହାପାତ୍ର, ମନ୍ଦିର କମିଟି ସଂପାଦକ ସିତାଂଶୁ ମହାପାତ୍ର , ଅମୃତା ସୀତାଂଶୁ ମହାପାତ୍ର, ହିମାଂଶୁ ମହାପାତ୍ର, ବିଜୟ ମହାନ୍ତି, ନରେନ୍ଦ୍ର ବେହେରା, ମଦନ ମିଶ୍ର, କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ବେହେରା, ପଦ୍ମନାଭ ପଣ୍ଡା, ଧନେଶ୍ୱର ବେହେରା, ପ୍ରମୁଖ ଅନ୍ୟାନ୍ୟ ସଭ୍ୟ ପ୍ରମୁଖ ମା’ଙ୍କ ମନ୍ଦିର ପ୍ରତ୍ିଷ୍ଠା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.