Odisha news

ଆଜି ଠାରୁ ଆରମ୍ଭ ହେଲା ଭାଦ୍ରବ ମାସ , କଣ ରହିଛି ଏହି ମାସର ବିଶେଷ ମହତ୍ୱ 

0
ଶ୍ରାବଣ ମାସ ର ସମାପ୍ତି ପରେ ଭାଦ୍ରବ ମାସ ଆରମ୍ଭ ହୋଇ ଯାଇଥାଏ , ଯାହାକୁ ବିଶେଷ ଭାବରେ ଭୋଦୁଓ ମାସ ବୋଲି କୁହାଯାଇଥାଏ l ଏହା ହିନ୍ଦୁ ପଞ୍ଚାଙ୍ଗ ର ଷଷ୍ଠ ମାସ , ଭାଦ୍ରବ ମାସ ଅଗଷ୍ଟ ୧୦ ତାରିଖ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖ ରେ ସମାପ୍ତି ହେବ l
ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସ ଟି ର ଖୁବ ମହତ୍ୱ ରହିଛି l ଏହି ମାସ ଟି ଭଗବାନ ଗଣେଶ ଙ୍କୁ ସମର୍ପିତ ଅଟେ l ଏବଂ ଏହି ମାସରେ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ମଧ୍ୟ ପାଳିତ ହୋଇଥାଏ l
* ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହି ମାସର ଅନେକ ମହତ୍ୱ ରହିଛି , ଏହି ମାସରେ ଅରୁଣ ଗ୍ରହ ବକ୍ର ଗତି କରିବେ , ଯେବେକି ୩ ଗ୍ରହ ଙ୍କ ର ରାଶି ପରିବର୍ତ୍ତନ ଏବଂ ୯ ଗ୍ରହ ଙ୍କର ନକ୍ଷତ୍ର ଗୋଚର ହେବେ , ଏହି ପରିବର୍ତ୍ତନ ସମସ୍ତ କ୍ଷେତ୍ରରେ ପ୍ରଭାବ ପକାଇବ l
* ଏହି ମାସରେ ସ୍ନାନ ଦାନ ର ଅନେକ ମହତ୍ୱ ରହିଛି , ଏହି ମାସରେ ଶିବ ଶକ୍ତି , ଗଣେଶ , ବିଷ୍ଣୁ , ମାତା ଲକ୍ଷ୍ମୀ ଙ୍କ ର ବିଶେଷ ପୂଜା କରାଯାଇଥାଏ l ଭଦ୍ରବ ମାସ ରେ ମଧ୍ୟ ମହାଦେବ ଙ୍କୁ ଜଳାଭିଷେକ କରାଯାଇଥାଏ l
* ଏହି ମାସରେ ପ୍ରତି ରବିବାର ଜଳପୂର୍ଣ କଳସ ଗୃହ ର ମୁଖ୍ୟ ଦ୍ୱାରରେ ସ୍ଥାପନା କରଂତୁ l
* ଏହି ମାସରେ ଗଣପତି ଙ୍କୁ ବିଶେଷ ପୂଜାର୍ଚନା କରାଯାଏ l ଏବଂ ପ୍ରତିଦିନ ଗଣପତି ଙ୍କୁ ଦୁବ ଅର୍ପଣ କରିବା ଦ୍ୱାରା ସମସ୍ତ ବିଘ୍ନ ଦୂର ହୁଏ l
* ବିଷ୍ଣୁ ସହସ୍ର ନାମ ପାଠ କରିବାର ମଧ୍ୟ ରହିଛି ବିଶେଷ ମହତ୍ୱ l ମା ଶକ୍ତି ଙ୍କୁ ପୂଜା କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l
Leave A Reply