ଖୋର୍ଦ୍ଧା- ଆଇ.ଏନ.ଏସ ଚିଲିକାର ପ୍ରଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମାପନ, ସମାରୋହ ଅନୁଷ୍ଠିତ ହୋଇଯାଇଛି । ୨୪୭୧ ଭାରତୀୟ ନୌ ସେନା ତଟରକ୍ଷା ବାହିନୀର ପ୍ରଶିକ୍ଷାର୍ଥୀମାନଙ୍କ ଏହି ପ୍ରାରମ୍ଭିକ ପ୍ରଶିକ୍ଷଣ ସମାରୋହକୁ ଆଇ.ଏନ.ଏସ୍ ଚିଲିକାର କମାଣ୍ଡିଂ ଅଧିକାରୀ କମାଣ୍ଡର ଋତୁରାଜ ସାହୁ ନୀରିକ୍ଷିତ ଅଧିକାରୀ ଭାବେ ନୀରିକ୍ଷଣ କରି ଯୋଗ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡ଼ାଓ ଟ୍ରଫି ପ୍ରଦାନ କରିଥିଲେ । ନିରୀକ୍ଷିତ ଅଧିକାରୀ ତାଙ୍କ ଭାଷଣରେ ସ୍ନାତକ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ଭାରତୀୟ ନୌସେନାର ମୂଳ ଲକ୍ଷ୍ୟ, କର୍ତ୍ତବ୍ୟ, ସମ୍ମାନ ଓ ସାହାସକୁ ସାଥିରେ ନେଇ ଗର୍ବ ଓ କର୍ମ କୁଶଳତାରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେ ଗର୍ବିତ ପିତାମାତାଙ୍କୁ ଯଦିଓ ସେମାନେ ଉପସ୍ଥିତ ନଥିଲେ ତଥାପି ସେମାନେ ନିଜର ପିଲାଙ୍କ ଜରିଆରେ ସଶସ୍ତ ଦଳରେ ନେଇ ସମ୍ମାନ ଓ ଦେଶର ଅଖଣ୍ଡତାକୁ ଆପଣେଇ ଥିବାରୁ ଅଭିନନ୍ଦନ କରିଥିଲେ । ଏହି ଉତ୍ସବର ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ ଯେଉଁମାନେ ଦରକାରୀ ସାମରିକ ରୂଚି ଓ କୋଭିଡ଼-୧୯ ମହାମାରୀର ସମସ୍ତ ନିୟମାବଳୀକୁ ମାନି ଏବଂ ଅକଡ଼ାଡ଼ ପ୍ଲାନ ଅନୁସାରେ କଞ୍ଚାମାଲରୁ ସୁନ୍ଦର ଭୟହୀନ ନିଷ୍କଳଙ୍ଗ ସମୁଦ୍ର ଯୋଦ୍ଧା ପ୍ରଶିକ୍ଷଣ ଦ୍ୱାରା ପାଇଛନ୍ତି । ଅଭିଷେକ ସିଂହ ବରିଷ୍ଠ ସେକେଣ୍ଡାରୀ ରିକ୍ୟୁଟଏମ.ଡ଼ି. ରାଓ ନାବିକ (ସାଧାରଣ ଡ଼ିୟୁଟି ଭାରତୀୟ ନୌସେନା) ଏବଂ ତଟରକ୍ଷୀ ବାହିନୀର ଶ୍ରେଷ୍ଠ ବିବେଚିତ ହୋଇଥିଲେ । ପାଠ୍ୟକ୍ରମ ଉତ୍ସବ ଶେଷରେ ନିମନ୍ତ୍ରିତ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଚାହାର ଆୟୋଜନ କରାଯାଇଥିଲା । ଯେଉଁଥିରେ ଆଇ.ଏନ.ଏସ ଚିଲିକାର ଗ୍ରୀଷ୍ମ କାଳୀନ ଦ୍ୱିଭାଷିକ ପତ୍ରିକା ଅଙ୍କୁରର ଉନ୍ମୋଚନ କରାଯାଇଥିଲା ।