Odisha news

ଜଗନ୍ନାଥପ୍ରେମୀଙ୍କ ଦେହାନ୍ତ : ବେତନଟୀରେ ଶୋକ

0

ବେତନଟୀ : ଆଜି ବେତନଟୀ ଥାନା ଅଧୀନ ସଠିଲୋ ଗ୍ରାମର ବିଶିଷ୍ଟ ଜଗନ୍ନାନ ପ୍ରେମୀ କୃପାସିନ୍ଧୁ ବେହେରାଙ୍କର ଭୁବନେଶ୍ୱରରେ ଦେହାନ୍ତ ହୋଇ ଯାଇଛି । ତାଙ୍କୁ ବେତନଟୀ ଅଞ୍ଚଳର ଲୋକେ ସ୍ନେହରେ ଧତା ଭାଈ ବୋଲି ଡାକୁ ଥିଲେ । ଯେକୌଣସି ସ୍ଥାନରେ ହରିନାମ କୀର୍ତ୍ତନ ଓ ଅନ୍ୟାନ ଧର୍ମ କାମ ହେଲେ ସେ ସେଥିରେ ଯୋଗ ଦେଉ ଥିଲେ । ଧତା ଜଣେ ମେଳାପି, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ମଧ୍ୟ ଥିଲେ । ତାଙ୍କ ଦେହାନ୍ତରେ ଏହି ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି ।

ତାଙ୍କ ମର ଶରୀରକୁ ତାଙ୍କ ବାସଭବନକୁ ଅଣା ଯିବା ପରେ ବେତନଟୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଥିଲେ । ତାଙ୍କର ଜଣେ ପୁତ୍ର ଖଗେଶ୍ୱର, ଦୁଇ କନ୍ୟା ତିଳୋତ୍ତମା, ମନୋରମା, ଦୁଇ ଜ୍ୱାଇଁ ରଣଜିତ ସାହୁ, ଶଙ୍କର କୁମାର ଭୋଈ, ନାତି ନାତୁଣୀ ଓ ପରିବାର ବର୍ଗ ଶେଷ ମୁହୁର୍ତ୍ତରେ ତାଙ୍କ ମର ଶରୀର ନିକଟରେ ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ ଶୋକାକୂଳ ପରିସ୍ଥିତିରେ ସମ୍ପନ୍ନ ହୋଇଛି । ୧୦୮ ଆମ୍ବୁଲାନସ କର୍ମଚାରୀଙ୍କ ଖାମଖିଆଲି ନୀତି : ଢ଼ାବାରେ ଦୁଇ ଘଣ୍ଟା ଖାଇଲେ ଆମୋଦ ପ୍ରମୋଦ କଲେ

Leave A Reply