Odisha news

ବେତନଟୀ ଅବକାରୀ ବିଭାଗର ଚଢଉ, ୮୦୦ ଲି ପୋଚ ନଷ୍ଟ , ମଦ ଜଦତ , ଦୁଇ ଗିରଫ

0

ବେତନଟୀ : ବେତନଟୀ ଅବକାରୀ ବିଭାଗ ତରଫରୁ ଶୁକ୍ରବାର ଅପରାହ୍ନ ସମୟରେ ବାଘମରା ଗ୍ରାମରେ ଚଢ଼ାଉକରି ଚୋରାମଦ ଜବତ କରିବା ସହ ଏହି ବେଆଇନ କାରବାରରେ ଜଡିତ ଦୁଇଜଣଙ୍କୁ ଗିରଫକରି  କୋର୍ଟଚାଲାଣ କରିଥିବା ଜଣାଯାଇଛି l ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି  ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧୀନ କୋଚିଳାଖୁଣ୍ଟା ଉପକଣ୍ଠ ବାଘମରା ଗ୍ରାମରେ ଚୋରାମଦ କାରବାର ହେଉଥିବାର ଖବର ପାଇ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରକାଶ ସାହୁ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଶିବପ୍ରସାଦ ନିକଟରୁ ୧୪ଲିଟର ଚୋରା ଦେଶିମଦ ଏବଂ ପ୍ରଶାନ୍ତ ନିକଟରୁ ୫ଲିଟର ୮୫୦ ମିଲିଲିଟର ପରିମାଣର ବିଦେଶୀ ମଦ ଜବତ କରିବା ସହ ପାଖାପାଖି ୮୦୦ଲି ପୋଚକୁ  ନଷ୍ଟ କରିଦେଇଥିଲେ l ଏନେଇ ଦୁଇଟି ପୃଥକ ମାମଲା ରୁଜ୍ଜୁ କରି  ବାଘମରା ଗ୍ରାମର ସ୍ୱର୍ଗତଃ ଦାଶରଥି ମୁର୍ମୁର ପୁଅ ଶିବପ୍ରସାଦ ମୁର୍ମୁ ଏବଂ ସେହି ଗ୍ରାମର ଚୈତନ୍ୟ ଦାସର ପୁଅ ପ୍ରଶାନ୍ତ କୁମାର ଦାସଙ୍କୁ ଗିରଫ କରିଥିଲେ l ଗିରଫ ଉଭୟ ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବେତନଟୀ ଜେଏମଏଫସି କୋର୍ଟକୁ ଚାଲାଣ କରିଛି ଅବକାରୀ ବିଭାଗ l ଏହି ଚଢ଼ାଉରେ ଏଏସଆଇ ସୁଧାଂଶୁ ବେହେରା, ବ୍ରହ୍ମଜିତ ଦାସ, ମାନସ ବେହେରା ଓ ଲିଜା ପ୍ରଧାନ ପ୍ରମୁଖ କର୍ମଚାରୀ ସାମିଲ ଥିଲେ l

Nalco
Leave A Reply