Odisha news

ଯୁବ ବିଜେଡିର ନିଆରା ପ୍ରତିବାଦ,ଗୋପ ବ୍ଲକ ସମ୍ମୁଖରେ ଆଳୁ ବିକିଲେ, କିଲୋ ୨୦ଟଙ୍କାରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼। 

0
ଗୋପ : ରାଜ୍ୟରେ ଆଳୁ ଦର ଅହେତୁକ ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଜନତାଦଳ  ପକ୍ଷରୁ ଗୋପ ବ୍ଲକ ସମ୍ମୁଖରେର ୨୦ ଟଙ୍କାରେ ଆଳୁ ବିକ୍ରୀ କରାଯାଇଛି।  ରାଜ୍ୟ ଆଳୁ ସଙ୍କଟକୁ ବିରୋଧ କରି ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ କରିଛି ଯୁବଛାତ୍ର ସଂଗଠନ। ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରି ଏଭଳି ପ୍ରତିବାଦ କରାଯାଉଥିବା ବେଳେ ଶସ୍ତାରେ ଆଳୁ ବିକ୍ରି ହେଉଥ‌ିବା ଦେଖ୍ ଲୋକମାନଙ୍କ ମଧ୍ୟରେ ଅସମ୍ଭାଳ ଭିଡ଼ି ଦେଖିବାକୁ ମିଳିବା ସହିତ ଲୋକମାନେ ଦୂରଦୂରାନ୍ତରୁ ଆସି ଗୋପ ବ୍ଲକ ଛକରେ ଲାଇନ  ଲଗାଇଥିଲେ।ଏମିତିକି ଆଳୁ ନେବା ପାଇଁ ଖାଉଟିଙ୍କ ମଧ୍ୟରେ ପ୍ରତିଯୋଗୀତ ଦେଖିବକୁ ମିଳିଥିଲା,ସେହିଭଳି ଟଙ୍କା ଦେବାରେ ବି ପ୍ରତି ଯୋଗୀତା ହୋଇଥିଲା।ରାଜ୍ୟରେ ବିଜେପି ସରକାର କରିବାର ୩ମାସ ନପୁରୁଣୁ ଦରଦାମ ହୁ ହୁ ହୋଇ ବଢି ଚାଲିଛି ସରକାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେଡି ।ପଶ୍ଚିମବଙ୍ଗ ରୁ ଓଡିଶାକୁ ଆଳୁ ଅସୁନଥିବା ବେଳେ ବଜାରରେ ଆଳୁ କେଜିପ୍ରତି ୬୫ରୁ ୭୦ଟଙ୍କା ଦରରେ ବିକ୍ରି ହେଉଛି ।ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଶୁକ୍ରବାର ବିଜେଡି ଯୁବନେତା ଭାଗିରଥି ସେନାପତି ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର ପ୍ରମୁଖ ଆଳୁ କିଲୋ ପ୍ରତି ୨୦ ଟଙ୍କା ଦରରେ ବିକ୍ରିକରି ଅଭିନବ ପ୍ରତିବାଦ କରିଛନ୍ତି।ସାଧାରଣ ପରିବାର ଲୋକେ ହୁଅନ୍ତୁ କି ଆମଭଳି ଗରିବଙ୍କ ପଖାଳ କଂସାରୁ ଆଳୁ ଉଭାନ ହେବା ସହ 20 ଟଙ୍କାରେ ଆଳୁ କିଣି ଘରକୁ ନେଇଥିବା ଖାଉଟି କହିଛନ୍ତି।ନିରଞ୍ଜନ ମହାପାତ୍ର,ଭାଗିରଥି ସେନାପତି,ପୂର୍ଣ୍ଣଚନ୍ଦ୍ର ଦାସ,ସୁଧାଂଶୁ ସେନାପତି,ବୁବୁନ ସେନାପତି ପ୍ରମୁଖ ଏଭଳି ନିଆରା ଢଙ୍ଗରେ ଆଳୁ ବିକି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ।
Nalco
Leave A Reply