Odisha news

ବିଜେଡି ପ୍ରଚାରରେ ମିଶନ ଶକ୍ତି ମହିଳାଙ୍କ ଯୋଗଦାନକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ

0
ବେତନଟୀ :  ବଡ଼ସାହି ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ  ନିର୍ବାଚନୀ ପ୍ରଚାରରେ ମିଶନ ଶକ୍ତି ମହିଳା ମାନଙ୍କ ପ୍ରତ୍ୟେକ୍ଷ ଯୋଗଦାନକୁ ନେଇ ବିଜେପି ବିଧାୟକ ଶ୍ରୀ ସନାତନ ବିଜୁଳି ନିଜର ନିର୍ବାଚନ ଏଜେଣ୍ଟ ମାଧ୍ୟମରେ ଏକ ଅଭିଯୋଗ ପତ୍ର ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି l ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମିଶନ ଶକ୍ତିରେ କାର୍ଯ୍ୟରତ ମହିଳା ଅଧିକାରୀ ଖୋଲାଖୋଲି ଭାବରେ ବିଜୁ ଜନତା ଦଳ ସପକ୍ଷରେ ପ୍ରଚାର କରୁଛନ୍ତି l  ସୂଚନା ଅନୁଯାଇ ବେତନଟୀ ବ୍ଲକ ମିଶନ ଶକ୍ତିରେ କାର୍ଯ୍ୟରତ ଅଧିକାରୀ ନଡ଼ପୁର ଅଞ୍ଚଳର ସୁମତୀ ମିଶ୍ର (ଭିଆରପି, ଇସି ମେମ୍ବର), ପୁରୁଣିଆ ପଞ୍ଚାୟତର ସ୍ନେହଲତା ସେଠୀ (ଭିଆରପି, ଇସି ମେମ୍ବର, ଧାନ ଫାଉଣ୍ଡେସନର ସଦସ୍ୟା), ପାଟୁଳିପୁରା ପଞ୍ଚାୟତର ସ୍ନେହଲତା ପାଣି (ଭିଆରପି, ଇସି ମେମ୍ବର), ଅଁଳା ପଞ୍ଚାୟତର ଭାରତୀ ଦାସ ( ବ୍ଲକ ସଂଘ ସଭାପତି),  କଳମା ପଞ୍ଚାୟତର ସବିତା ଜେନା (ଭିଆରପି) ପ୍ରମୁଖ ବିଜେଡି ଗାଁ ଗାଁ ବୁଲି ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ଭୋଟ ମାଗୁଛନ୍ତି ଓ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l ସେମାନେ ପ୍ରତି ଗାଁରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଭେଟି ସେମାନଙ୍କୁ ପ୍ରଲୋଭନ ଦେଖାଇବା ସହିତ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବାଧ୍ୟ କରୁଛନ୍ତି । ସେମାନେ ବିଜେଡ଼ି ଦଳୀୟ ସଭାରେ ଯୋଗଦେବା ସହ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସଭାସ୍ଥଳକୁ ଡାକି ଏକଜୁଟ କରାଉଛନ୍ତି l  ବିଜେଡ଼ିର ନିର୍ବାଚନୀ ସଭାରେ ଯୋଗଦେବା ସହ ସ୍ବୟଂସହାୟିକ ଗୋଷ୍ଠୀର ସଭ୍ୟାମାନଙ୍କୁ ବିଜେଡ଼ି ଦଳୀୟ ସଭାରେ ମଧ୍ୟ ଯୋଗଦେବା ପାଇଁ ପ୍ରବର୍ତ୍ତାଉଥିବା ନେଇ   ଦଳୀୟ ଲୋକ ଉଠାଇଥିବା କିଛି ଫୋଟ ଭିଡିଓରୁ ପ୍ରମାଣ ମିଳିଥିବା ଦେଖାଯାଇଛି  l ଯେଉଁଥିପାଇଁ ବିଧାୟକ ଶ୍ରୀ ବିଜୁଳି ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ନିଜର ନିର୍ବାଚନ ଏଜେଣ୍ଟ ସନ୍ଦୀପ କୁମାର ମିଶ୍ରଙ୍କ ଜରିଆରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିଂଦେଙ୍କୁ ଭେଟି ଆଚରଣବିଧୂ ଉଲ୍ଲଙ୍ଘନ ବାବଦରେ ଅବଗତ କରାଯାଇଛନ୍ତି ଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି l  ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେ ଏବାବଦରେ ସ୍ଥାନୀୟ ବିଡ଼ିଓଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି ଓ ରିପୋର୍ଟ ପାଇଲା ପରେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଏ ନେଇ ବେତନଟୀ ବିଡିଓଙ୍କୁ ଯୋଗାଯୋଗ କରିବା ପରେ ସେ ପ୍ରତିକ୍ରିୟା ଦେଇଥିଲେ କି ଜିଲ୍ଲାପାଳଙ୍କ ଠାରୁ ଏନେଇ ଏକ ଇମେଲ ଆସିଛି , ମାତ୍ର ନିର୍ବାଚନୀ ବ୍ୟସ୍ତତା ପାଇଁ ଏହି ଘଟଣାର ତଦନ୍ତ କରିନାହିଁ। ଇଲେକ୍ସନ କମିଶନ ଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ର ଖୋଲାଖୋଲି ବିରୋଧ ହେଉଥିବା ସତ୍ତ୍ୱେ ଏହି ଘଟଣାର ତଦନ୍ତ ଶୀଘ୍ର ନ ହେବା ନିର୍ବାଚନ ସ୍ଵଚ୍ଚତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
Ad2
Leave A Reply