ଚଣ୍ଡିଖୋଲ/ଛତିଆ : ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡିର ପ୍ରଚାର କାର୍ଯ୍ୟକ୍ରମ ଏବେ ବେସ ରୋଚକ ହେବାରେ ଲାଗିଛି! ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ଦୁଇ ଦଳର ହେଭିୟେଟ ନେତା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଓ ବିଜେଡିର ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ (ବବି) ଗୋଟିଏ ଦିନରେ ଏଠାରେ ଦୁଇଟି ମଞ୍ଚରେ ଦୁଇଘଣ୍ଟା ବ୍ୟବଧାନରେ ନିର୍ବାଚନୀ ସଭାରେ ଯୋଗଦେଇ ନିଜ ନିଜ ଦଳର ପ୍ରଚାରକୁ ପ୍ରଭାବି ଢଙ୍ଗରେ ବେସ ଯୋରଦାର କରିଛନ୍ତି! ବଡଚଣାର ମହୋତ୍ସବ ପଡିଆରେ ଦିନ ପ୍ରାୟ ସାଢେ ତିନିଟା ବେଳେ ବଡଚଣା ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେସରେ ଜେପି ନଡା ଯୋଗଦେଇ ରାଜ୍ୟ ସରକାରଙ୍କ ସହ ସିଧାସଳଖ ନବୀନ ଓ ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ଷିବା ସହ ଓଡିଶାରେ ନେତୃତ୍ବ ନେବାକୁ ଅନେକ ଯୋଗ୍ୟ ନେତା ଥିଲେ ମଧ୍ୟ ନବୀନବାବୁ ସେମାନଙ୍କ ଉପରେ ଭରସା ନକରି ଆଉଟସୋର୍ଶିଙ୍ଗ ବାବୁଙ୍କ ହାତରେ ଓଡିଶାରକୁ ଟେକିଦେବା ଘଟଣା ଓଡିଆ ଅସ୍ମିତାକୁ କୁଠାରଘାତ କରିଥିବା ସହ ଏହା ସ୍ୱାଭିମାନୀ ଓଡିଆଙ୍କୁ ଅପମାନିତ କରୁଛି ବୋଲି କହିଥିଲେ! ମୋଦି ସରକାର ଓଡିଶାର ବିକାଶ ପାଇଁ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ ରାଜ୍ୟର ବିଜେଡି ସରକାର ତାର ସଦୁପଯୋଗ ନକରି ପାରିବା ଘଟଣାକୁ ସମାଲୋଚନା କରିଥିଲେ! ଓଡିଶାର ବିକାଶ ଧାରାକୁ ଦ୍ୱିଗୁଣିତ କରିବାକୁ ହେଲେ ବଡଚଣାର ବିଜେପି ବିଧାୟକ ପ୍ରାର୍ଥୀ ଅମରକୁମାର ନାୟକ ଓ ଯାଜପୁର ସାଂସଦ ପ୍ରାର୍ଥୀ ଡ ରବିନାରାୟଣ ବେହେରାଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ! ଏହି ସଭାରେ ବିଜେପିର ଦଳୀୟ ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକ ଓ ସାଂସଦ ପ୍ରାର୍ଥୀ ଡ ବେହେରା ପ୍ରମୁଖ ଏହି ଉପସ୍ତିତ ସଭାରେ ଉପସ୍ଥିତ ଥିଲେ! ଏହି ସଭାର ଠିକ ଦୁଇଘଣ୍ଟା ପରେ ବଡଚଣା ବିଜେଡି ପକ୍ଷରୁ ଛତିଆଠାରେ ଯୁବ ସମାବେଶ ଆୟୋଜନ କରାଯାଇ ବିଜେପି ସଭାକୂ କାଉଣ୍ଟର କରାଯାଇଥିଲା! ବ୍ଳକ ବିଜେଡି ଯୁବ ସଭାପତି ଗଣେଶ୍ୱର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଜେଡିର ରାଜ୍ୟ ସଂଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ (ବବି) ଯୋଗଦେଇ ସିଧାସଳଖ ବିଜେପିକୁ ନିଶାନା କରିଥିଲେ! ଏହି ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହେବ ଓ ନବୀନବାବୁ ପୁଣି ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେବୋଲି କହିଥିଲେ! ବିଜେପି ନେତାମାନେ ଓଡିଶାବାସୀଙ୍କୁ ଡାହା ମିଛକହି ଭୁଆଁ ବୁଲାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ! ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛି ଆଗକୁ ବଡଚଣାର ବିକାଶ ମୋର ଦାୟିତ୍ୱ ବୋଲି ସେ ଉପସ୍ତିତି ଦଳୀୟ କର୍ମୀଙ୍କୁ ଆଶ୍ୱାସନା ଦେଇଥିଲେ! ଏହି ସଭାରେ ଦଳର ପ୍ରଭାରୀ ଦିବ୍ୟଶଂକର ମିଶ୍ର, ବିଜେଡି ରାଜ୍ୟ ସମ୍ପାଦକ ଜନ୍ମେଜୟ ଲେଙ୍କା,ରାଜନାରାୟଣ ମହାପାତ୍ରଙ୍କ ଦଳୀୟ ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ପ୍ରାର୍ଥୀ ଶର୍ମୀଷ୍ଠା ସେଠୀଙ୍କ ସହ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ତିତ ଥିଲେ! ସଭା ପୂର୍ବରୁ ପବିତ୍ର ମହାବିଦ୍ୟାଳୟ ପୀଠରୁ ଏକ ବଡ ବାଇକ ଶୋଭାଯାତ୍ରାରେ ଯୁବ ଓ ଛାତ୍ର ମାନେ ସଭା ସ୍ଥଳରେ ପହଞ୍ଚି ଥିଲେ!
