Odisha news

୨୨ଲିଟର ଚୋରା ମଦ ଜବତ ଦୁଇ ଜଣ କୋର୍ଟ ଚାଲାଣ

0
ସାଲେପୁର  : ସାଲେପୁର ପୋଲିସ ଚଢ଼ାଉ କରି ଚୋରା ଆସ୍କା ଫର୍ଟି ଓ ବୀୟର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଗତକାଲି ରାତିରେ ଧର୍ମାଗତପୁର ଅଞ୍ଚଳର ସରୋଜ କୁମାର ଦାସ ବୟସ ୨୯ ଏକ ବ୍ୟାଗରେ ପଚାଶ ବୋତଲ ଆସ୍କା ଫର୍ଟି ମଦ ବିକୁଥିବା ବେଳେ ପୋଲିସ ତାକୁ ଗିରଫ କରିବା ସହ ତା ନିକଟରେ ଥିବା ଦଶ ଲିଟର ଚୋରା ମଦ ଜବତ କରିଥିଲେ।ସେହି ରାତିରେ ଅନ୍ୟ ଏକ ଚଢ଼ାଉ କରି ମାତନଗର ଗ୍ରାମର କାହ୍ନୁ ଚରଣ ବେହେରା ବୟସ ୨୨ ଗଁଗେଶ୍ୱର ବଜାରରେ ଏକ ବ୍ୟାଗରେ ତିରିଶି ବୋତଲ ଆସ୍କା ଫର୍ଟି,ବାର ବୋତଲ ଟିୟୁବର୍ଗ ବିଅର ବିକୁଥିଲା ବେଳେ ପୋଲିସ ତାକୁ ଗିରଫ କରିବା ସହ ତା ନିକଟରେ ଥିବା ବାର ଲିଟର ଚୋରା ମଦକୁ ଜବତ କରିଛି।ସାଲେପୁର ପୋଲିସ ଦୁଇଟି ପୃଥକ ପୃଥକ ମାମଲା ନଂ ୨୧୯/୨୪, ୨୨୦/୨୪  ରୁଜ୍ଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ସାଲେପୁର ଥାନା ଆଇଆଇସି ମନୋଜ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।
Ad2
Leave A Reply