Odisha news

ଅଦିନିଆ ବର୍ଷା ତରଭୁଜ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା, ପ୍ରାୟ ଏକ କୋଟି କ୍ଷତି

0
ବେତନଟୀ : ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ବୈଶିଙ୍ଗା ଅଞ୍ଚଳର ମଛପଦା, ହୋତାପୁର,ରଙ୍ଗଡ଼ା, ରାଇକମା ଏବଂ ଅଁଳା ଆଦି ଅଞ୍ଚଳ ତରଭୁଜ ଚାଷ ପାଇଁ ଓଡ଼ିଶାର ସମସ୍ତ ତରଭୁଜ ଚାଷୀଙ୍କ ଆଖି ଖୋଲି ଦେଇଥିଲା। ଲଗାତାର ଦୁଇ ବର୍ଷ ଧରି ଶହଶହ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଗତବର୍ଷ ଠିକ୍ ଏହି ଅମଳ ସମୟରେ କୁଆପଥର ମାଡ ଯୋଗୁଁ ପ୍ରାୟ ଶହେ ଟ୍ରକ ତରଭୁଜ ପଚି ଖତ ହୋଇ ଯାଇଥିଲା। ସେହିପରି ଚଳିତ ବର୍ଷ ମଙ୍ଗଳବାର ଠାରୁ ବୁଧବାର ପର୍ଯ୍ୟନ୍ତ ହୋଇଥିବା  ଲଗାଣ ବର୍ଷା ଯୋଗୁଁ ତରଭୁଜ ଜମିରେ ଆଣ୍ଠୁଏ ପାଣି ଛିଡା ହୋଇ ରହିଛି। ଦିନ ତମାମ ଆଜି ଚାଷୀମାନେ ପାଣି ନିଷ୍କାସନ ପାଇଁ ଚେଷ୍ଟା ଜାରି ରଖିଥିଲେ , ଦେଖା ଯାଉଛି କି ମାଟି ଜରକ ପଡି ଯାଇଥିବାରୁ ତରଭୁଜ ଗଛ ବଞ୍ଚି ରହିବାରେ ଆଶା କ୍ଷୀଣ ହୋଇଯାଇଛି। ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଏହି ଚାଷ କରିଥିବାରୁ ବର୍ତ୍ତମାନ ଋଣ ଶୁଝିବା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ହୋତାପୁର ଗ୍ରାମର ଜଗନ୍ନାଥ ଦତ୍ତ, ନିହାର ଦତ୍ତ, ଗଣେଶ୍ବର ଦତ୍ତ, ଅଖିଳ ଦତ୍ତ, ମନୋରଞ୍ଜନ ଜେନା, ଅନନ୍ତ ଭୋଇ, ଅରୁଣ ଭୋଇ, ବୁଧୁ ସିଂ,ଗୋପାଲ ସିଂ ପ୍ରମୂଖ ତରଭୁଜ ଚାଷୀ ନିଜର କ୍ଷତି ପାଇଁ ଦୁଃଖ ପ୍ରକାଶ କରିଛନ୍ତିି। କୃଷି ବିଭାଗ ଏହି କ୍ଷୟ କ୍ଷତି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।
Leave A Reply