Odisha news

ମାରଣାସ୍ତ୍ର ଦ୍ୱାରା ଆକ୍ରମଣ ଉଦ୍ୟମ ମାମଲାରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ

0

ବେତନଟୀ : ବୈଶିଙ୍ଗା ଥାନା ଅଧୀନ କାନ୍ଥୀ ସାପ୍ତାହିକ ହାଟରେ କଳମା ଗ୍ରାମର ବୃନ୍ଦାବନ ଦଳେଇ (୪୦) ମାଛ ବିକ୍ରି କରୁଥିବାବେଳେ ସେକ ଟୁଙ୍ଗୁରୁ ମାଛ କିଣିବାକୁ ତାଙ୍କ ପାଖକୁ ଆସିଥିଲା l ପରେ ମାଛ ଦରକୁ ନେଇ ୨ଜଣଙ୍କ ମଧ୍ୟରେ ବଚସା ହୋଇଥିଲା l ଏଥିରେ ସେକ ଟୁଙ୍ଗୁରୁ ବୃନ୍ଦାବନକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଉତକ୍ଷିପ୍ତ ହୋଇ ବୃନ୍ଦାବନକୁ ପ୍ରବଳ ମାଡ଼ ମାରିଥିଲା ଓ ଶେଷରେ ପାଖରେ ଥିବା ମାଛ କଟା କଟୁରୀରେ ବୃନ୍ଦାବନକୁ ହାଣିବାକୁ ପ୍ରୟାସ କରୁଥିବାବେଳେ ସ୍ଥାନୀୟ ଲୋକ ତାକୁ କାବୁ କରିନେଇଥିଲେ l ଏଥିରେ ବୃନ୍ଦାବନ ଆଖିରେ ଗଭୀର ଆଘାତ ଲାଗିଥିବାବେଳେ ସେ କିଛିଦିନ ପର୍ଯ୍ୟନ୍ତ ଉକ୍ତ ଆଖିରେ ଦେଖିପାରିନଥିଲା l ଏନେଇ ସେ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେବାପରେ ପୁଲିସ ୪୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ହେଲେ ସେକ ଟୁଁଙ୍ଗୁରୁ ଘଟଣା ସ୍ଥଳରୁ କୌଶଳକ୍ରମେ ଚମ୍ପଟ ମାରି ଏଯାବତ ଫେରାର ଥିବାବେଳେ ଆଜି ପୁଲିସ ହାତରେ ଧରାପଡ଼ିଥିଲା l ଥାନା ଏଏସଆଇ ସୁବ୍ରତ ସାହୁ ସେକ ଟୁଙ୍ଗୁରୁ କୁ ଗିରଫ ପୂର୍ବକ ଆଜି କୋର୍ଟ ଚାଲାଣ କରିଛନ୍ତି l

Leave A Reply