Odisha news

ବେତନଟୀ ଆନନ୍ଦ ବଜାରକୁ ଖୋଲିବ ରାସ୍ତା , ନୂତନ ଗଳା ପୋଲ ର ଭିତ୍ତି ପ୍ରସ୍ତର ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେ ଲେ ସାଂସଦ  ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ

0
ବେତନଟୀ ;  ବେତନଟୀ ସହରର ଦୁଃଖ କୁହାଯାଉଥିବା ରୁପ୍ସା ବାଙ୍ଗରିପୋଷି ବ୍ରଡଗ୍ୟାଜ ରେଳ ପଥ ବେତନଟୀ ସହରକୁ ଭାରତ – ପାକିସ୍ଥାନ ଭଳି ଦୁଇ ଭାଗରେ ବିଭକ୍ତ କରିବା ଯୋଗୁଁ ସହରର ଗମନାଗମନ ରେ ପ୍ରତିବନ୍ଧକ ସୃଷ୍ଟି ହେବା ଯୋଗୁଁ ବିଗତ ଛଅ ବର୍ଷ ଧରି ପ୍ରଭାବିତ ହୋଇ ଆସୁଥିଲା। ବେତନଟୀ ସହର ବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ବନ୍ଦ କରାଯାଇଥିବା ରେଳ ଫାଟକ ଖୋଲାଯିବା ପାଇଁ ଦାବି କରି ଆସିବା ସହିତ ଏହାର ବିକଳ୍ପ ଭାବେ ଅଣ୍ଡର ପାସ ନିର୍ମାଣ କରାଯିବାକୁ ରେଳବାଇ ମନ୍ତ୍ରୀଙ୍କ ସମେତ ସ୍ଥାନୀୟ ସାଂସଦ ଏବଂ ଦକ୍ଷିଣପୂର୍ବ ରେଳବାଇ ଡିଭିଜନାଲ ମ୍ୟାନେଜରଙ୍କ ପର୍ଯ୍ୟନ୍ତ ଲିଖିତ ଓ ମୌଖିକ ଭାବେ ଅନୁରୋଧ କରାଯାଇ ଆସୁଥିଲା। ସ୍ଥାନୀୟ ଜନସାଧାରଣଙ୍କ ଦାବି ଓ ଅନୁରୋଧକୁ ସମ୍ମାନ ଜଣାଇ ଏବଂ ସ୍ଥାନୀୟ ସମସ୍ୟାକୁ ଦୂର କରିବା ପାଇଁ ବହୁ ପ୍ରତିକ୍ଷିତ ରେଳବାଇ ବିଭାଗର ପ୍ରତିବନ୍ଧକର ଅବସାନ ଘଟାଇବା ପାଇଁ ଆଜି ବେତନଟୀ ରେଳ ଷ୍ଟେସନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ପ୍ରସ୍ତୁତି ବୈଠକରେ ବାଲେଶ୍ଵର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଅଧ୍ୟକ୍ଷତା କରିଥିବାବେଳେ ଦକ୍ଷିଣପୂର୍ବ ରେଳବାଇ ଡିଭିଜନର ଡିଭିଜନାଲ ମ୍ୟାନେଜର କେ : ଆର ଚୌଧୁରୀ ଏବଂ ତାଙ୍କର ଜଣେ ସହକର୍ମୀ ବିଶେଷଜ୍ଞ ଇଞ୍ଜିନିୟର ଏବଂ ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳି, ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡା, ବେତନଟୀ ମଣ୍ଡଳ ସଭାପତି ରାଜକିଶୋର ସାହା – ବିଜେପିର ବରିଷ୍ଠ ସଦସ୍ୟ ଜଗବନ୍ଧୁ ପଣ୍ଡାଙ୍କ ସମେତ ସୁକେଶ ଖଣ୍ଡେଲୱାଲ , ଶିଶିର ବେହେରା, ଅଜୟ ବେହେରା, ସଞ୍ଜୟ ବେହେରା, ଖଗେନ୍ଦ୍ର ସାହୁ, ହିମାଂଶୁ କବାଟ, ପ୍ରଦୀପ ମହାନ୍ତ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଦ୍ଵାରା ଆଗାମୀ ୫/୧/୨୪ ରିଖ ଶୁକ୍ରବାର ଦିନ ଅପରାହ୍ନ ତିନିଟା ସମୟରେ ଏହି ଅଣ୍ଡର ପାସ (ଗଳା ପୋଲ)ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଡିଆରଏମ ଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଗଳା ପୋଲର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ଆଜି ଘୋଷଣା କରାଯିବା ପରେ ସାରା ସହର ସମେତ ବେତନଟୀ ସହର ନିକଟବର୍ତ୍ତୀ ଇସାଣ ପୁର ମଛପଦା ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ l  ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସ୍ଥାନୀୟ ଲୋକେ l
Leave A Reply