Odisha news

ଦୀପାବଳୀ ପୂର୍ବରୁ ବେଆଇନ ବାଣ ଗୋଦାମ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର  ବାଣ ଜବତ, ୬ଜଣଙ୍କ ନାମରେ ମାମଲା ରୁଜୁ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଓ  ମହୁଲପାଟଣା ଅଞ୍ଚଳରେ ବେଆଇନ ବାଣ ଗୋଦାମ ଉପରେ ବ୍ୟାପକ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିବା ସହିତ ୬ଜଣଙ୍କ ନାମରେ ମାମଲା ରୁଜୁ କରିଛି l  ସୂଚନା ଅନୁଯାଇ ଗୁରୁବାର ପୂର୍ବାହ୍ନରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶଙ୍କ ତତ୍ୱାବଧାନରେ ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ଏହି ଚଢ଼ାଉ କରିଥିବାବେଳେ ମୋରଡା ତହସିଲଦାର ଉମେଶ କୁମାର ଜେନା ଉପସ୍ଥିତ ଥିଲେ l ପ୍ରାୟତଃ ୧୦ରୁ ଅଧିକ ଛୋଟବଡ଼ ଗୋଦାମରେ ଏହି ଚଢାଉ କରାଯାଇଥିଲା ଓ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯଇଥିଲା l ଥାନା ଅଧିକାରୀ ଶ୍ରୀପ୍ରଧାନଙ୍କ ନେତୃତ୍ୱରେ ଏସଆଇ ବୋଇତ ବେହେରା , ଏଏସଆଇ ଭାବଗ୍ରାହୀ ମହାନ୍ତ ସାଙ୍ଗରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ନେଇ ପ୍ରଥମେ ବାଛୁରୀପଡା ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ ଓ ଘରେ ଘରେ ଲକ୍ଷାଧିକ ଟଙ୍କାର ବାରୂଦ,ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଥିଲେ l ପରେ ସେଠାରୁ ମହୁଲପାଟଣା ଗ୍ରାମକୁ ଯାଇ ଅଳ୍ପ କିଛି ବାଣ ଜବତ କରିବା ପରେ ଅପରାହ୍ନରେ ଉକ୍ତ ଗ୍ରାମରେ ଜଣେ ଆଦିବାସୀ ଲୋକଙ୍କ ଘରେ ଚଢ଼ାଉ କରି ବେଶ ହଟହଟା ହୋଇଥିଲେ l ପୁଲିସକୁ ଦେଖି ଘରେ ଚାବି ମାରି ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରୁ ଉଭାନ ହୋଇଯାଇଥିଲା l ପୁଲିସ ଦୀର୍ଘ ସମୟ ଅପେକ୍ଷା ପରେ ଜଣେ ପରିବାର ଲୋକ ଆସି କବାଟ ଖୋଲିବାରୁ ଘର ଭିତରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଥିଲା l ପ୍ରାୟତଃ ଛୋଟ ଛୋଟ ବାଣ ବ୍ୟବସାୟୀଙ୍କ ମଧ୍ୟରେ ମୁକ୍ତିକାନ୍ତ ସାହୁ, ପ୍ରତାପ ଚନ୍ଦ୍ର ସାହୁ, ସତ୍ୟବତୀ ସାହୁ, ଗୋପୀନାଥ ସାହୁ, ପିତାମ୍ବର ସାହୁ, ଅଖିଳ ସାହୁ ଓ ବିଶ୍ୱନାଥ ସାହୁ ପ୍ରମୁଖ ବୃହତ ବ୍ୟବସାୟୀଙ୍କ ନାମରେ ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି l
Leave A Reply