ବେତନଟୀ : କୁଡ଼ୁମୀ ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦେବାପାଇଁ ଦୀର୍ଘ ଦିନ ଧରି ବହୁ ପ୍ରକାରର ଆନ୍ଦୋଳନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କେହି କର୍ଣ୍ଣପାତ ନ କରିବା ଯୋଗୁଁ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ଜଣାଯାଇଛି। ଏଥିପାଇଁ କୁଡୁମୀ ସେନା ର ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଆଠ ବର୍ଷ ଧରି ୮/୧୦ ଟି ରାଜ୍ୟରେ ଏହି ସମ୍ପ୍ରଦାୟ ଙ୍କୁ ଏକଜୁଟ କରି ସମସ୍ତଙ୍କର ହୃଦୟ ଜିତି ପାରିଛନ୍ତି।ଆଗାମୀ ଶୀତ ଅଧିବେସନରେ ବିଧାନସଭା ଘେରାଉ କରାଯିବାର ସିଦ୍ଧାନ୍ତ ନେଇ ଆଜି ବେତନଟୀ ଠାରେ ଏକ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ବିବେକାନନ୍ଦ ମହାନ୍ତ, ଜୟକୃଷ୍ଣ ମହାନ୍ତ, ଉପସଭାପତି ଉପେନ୍ଦ୍ର ମହାନ୍ତ, ମହିଳା ସେନା ରାଜ୍ୟ ସଭାପତି ସୁଜାତା ମହାନ୍ତ, ସାଧାରଣ ସମ୍ପାଦକ ସୁମନ୍ନା,ଅଞ୍ଜଳି, ଦମୟନ୍ତୀ,ସୁଭଦ୍ରା, ଅଞ୍ଜନା, ଶକୁନ୍ତଳା ଜିଲ୍ଲା ସଭାପତି ଡମ୍ବରୁଧର ମହାନ୍ତ, ନିରଞ୍ଜନ ମହାନ୍ତ ବାଲେଶ୍ଵର ଜିଲ୍ଲା ସଭାପତି କୈଳାଶ ମହାନ୍ତ, ଯାଜପୁର ଜିଲ୍ଲା ସଭାପତି ଗୀତାଞ୍ଜଳି ମହାନ୍ତ, ସାଇରାମ୍ ମହାନ୍ତ, ବଳଭଦ୍ର ମହାନ୍ତ ଜିଲ୍ଲା କାର୍ଯକାରୀ ସଭାପତି ବଡ଼ସାହି ବ୍ଲକ୍ ସଭାପତି ସ୍ନେହା ସିଶ ମହାନ୍ତ, ଦୁର୍ଗା ମହାନ୍ତ, ଛତିଶ ମହାନ୍ତ, ରତିରଞ୍ଜନ ହିନ୍ଦ୍ୱାର, ଶରତ ମହାନ୍ତ, ଛାତ୍ର ସେନା ର ସଭାପତି ଅଜିତ ମହାନ୍ତ, ବରୁଣ ମହାନ୍ତ, ଗୌତମ ମହାନ୍ତ, ମହେଶ୍ୱର ମହାନ୍ତ, ହେମନ୍ତ ମହାନ୍ତ, ସୋମନାଥ ମହାନ୍ତ, ନୁକୁ ମହାନ୍ତ , ମୋନଜ ମହାନ୍ତ, ଧର୍ମୁ ମହାନ୍ତ, କାହ୍ନୁ ଚରଣ ମହାନ୍ତ, ନରେନ୍ଦ୍ର, ଦୀପକ ମହାନ୍ତ,ରମୁ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଗାମୀ ରଣନୀତି ସମ୍ପର୍କରେ ମତ ପ୍ରକାଶ କରିଥିଲେ। ବିଧାନସଭା ଅଧିବେଶନ ଘୋଷଣା ହେବା ପରେ ଦିନ ଧାର୍ଯ୍ୟ ହେବ ବୋଲି କୁଡ଼ୁମୀ ସେନାର ଅଧ୍ୟକ୍ଷ ଜୈମୁନୀ କୁମାର ମହାନ୍ତ ପ୍ରକାଶ କରିଥିଲେ।ଏହାପରେ ଦିଲ୍ଲୀ ପହଞ୍ଚି ସଂସଦ ଭବନ ମଧ୍ୟ ଘେରାଉ କରାଯିବ ବୋଲି ମତପ୍ରକାଶ କରିଥିଲେ।ଶତାଧିକ ମହିଳା ଓ ପୁରୁଷ ଏଥିରେ ଯୋଗ ଦେଇ ଏହାକୁ ସମର୍ଥନ କରିଥିଲେ।୮