Odisha news

ବାଲିପାଟଣା : ବିଧାୟକ ଙ୍କୁ ଦାବିପତ୍ର ପ୍ରଦା

0

ବାଲିପାଟଣା ୨୬/୦୯ : ଆଜି ଜୟଦେବ ନିର୍ବାଚନ ମଣ୍ଡଳୀର ୬୬୨ ବର୍ଗ କଲେଜ ସଂଘ ର ସମସ୍ତ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମାନ୍ୟବର ବିଧାୟକ ଡ. ଅରବିନ୍ଦ ଢାଲି ଙ୍କୁ ତାଙ୍କ ବାସଭବନ ରେ ଭେଟି ସଂଘ ର ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ଗୁଡିକୁ ବିଧାନ ସଭାରେ ଉପସ୍ଥାପନ କରିବାପାଇଁ ସମସ୍ତ କର୍ମଚାରୀ ଅନୁରୋଧ କରିଥିଲେ। ଦାବିଗୁଡିକର ଯର୍ଥାଥତାକୁ ହୃଦୟଙ୍ଗମ କରି ବିଧାୟକ ମହୋଦୟ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେବା ପରେ ସଂଘ କର୍ମଚାରୀ ମାନେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରକାଶ ଥାଉକି , ରାଜ୍ୟ ର ଏହି ବର୍ଗର ସମସ୍ତ କର୍ମଚାରୀ ଗତ ଫେବୃଆରି ୧୩ ତାରିଖରୁ ଅଦ୍ୟାବିଧି ଦିର୍ଘ ୨୨୬ ଦିନ ଧରି ସେମାନଙ୍କର ୪ ଦଫା ଦାବି ଯଥା ସମାନ  ଗ୍ରେଡ୍‌ ପେ ଆଧାର ରେ ସମାନ  କାମକୁ ସମାନ ଦରମା ପ୍ରଦାନ, ଚାକିରି ସର୍ତାବଳି ସହ ପେନ୍‌ସନ୍‌ ପ୍ରଦାନ, ୨୦୧୮ ଜି.ଓ  ରେ ଉପକୃତ କର୍ମଚାରି ମାନଙ୍କୁ ସପ୍ତମ କମିଶନ  ବେତନ ପ୍ରଦାନ ଓ ବାଦ୍‌ ପଡିଥିବା କର୍ମଚାରି ମାନଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ନିମନ୍ତେ ରାଜରାସ୍ତା ରେ ଅହୋରାତ୍ର ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ କଲ୍ୟାଣ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଦାସ, ହେମନ୍ତ ଦାଶ, ସଞ୍ଜୟ ଖଟେଇ, ସୁରେନ୍ଦ୍ର ମାହାରୀ, ରୁତି ଦେବି, ଶୈଳେନ୍ଦ୍ର  ଦାସ, ନାରାୟଣ ସାହୁ, ପ୍ରଦୀପ୍ତ ସ୍ବାଇଁ ଏବଂ ରମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply