Odisha news

ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ, ରଙ୍ଗାମାଟିଆ ପକ୍ଷରୁ  ବେତନଟୀ ଠାରେ ଗାନ୍ଧୀ ଭିଜିଅନ୍ କେନ୍ଦ୍ର ଉଦଘାଟିତ

0
ବେତନଟୀ :  ଅନ୍ତୋଦୟ ଚେତନା ମଣ୍ଡଳ ରଙ୍ଗାମାଟିଆ (ରାସଗୋବିନ୍ଦପୁର) ଆନୁକୂଲ୍ୟରେ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ସୋମବାର  ବେତନଟୀ ଚଣ୍ଡି ମନ୍ଦିର ଛକ ଠାରେ ଏହାର ଏକ ଶାଖା ଗାନ୍ଧି ଭିଜିଅନ ସେଣ୍ଟର ଉଦଘାଟିତ ହୋଇ ଯାଇଛି। ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ସମାଜସେବୀ ଡ.ଆଦିତ୍ୟ ପଟ୍ଟନାୟକ ଏହି ଉତ୍ସବରେ ଅଧ୍ୟକ୍ଷତା କରି ଥିବା ବେଳେ ବେତନଟୀ ଶାଖାର ନିର୍ଦ୍ଦେଶକ ପ୍ରତୀକ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବେତନଟୀ ବିକାଶ ମଞ୍ଚ ର  ଆବାହକ ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀ  ତଥା ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଏବଂ ବିକାଶ ମଞ୍ଚର ସଂଯୋଜକ ଅରୁଣ କୁମାର ଓତା ସମ୍ମାନିତ ଅତିଥି ଭାବେ ବେତନଟୀ ମହାବିଦ୍ୟାଳୟର ଜାତୀୟ ସେବା ସଂଘ ସଂଯୋଜକ  ଅଧ୍ୟାପିକା କଳ୍ପଲତା ବେହେରା   ବିଶେଷ ଅତିଥି ଭାବେ ମଞ୍ଚାସୀନ ଥିଲେ। ନିର୍ଦ୍ଦେଶକ ଆଦିତ୍ୟ ପଟ୍ଟନାୟକ ଓ ମଞ୍ଚାସୀନ ଅତିଥି ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଅତିଥି ଗଣ ଫିତା କାଟି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଗାନ୍ଧୀ ଭିଜିଅନ ସେଣ୍ଟର ଏଠାରେ ଦୃଷ୍ଟି ବାଧିତ ମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବା ସହିତ ସପ୍ତାହ ଯାକ କେବଳ ଗୁରୁବାର ବ୍ୟତୀତ ଖୋଲା ରହିବ ଏବଂ ଚକ୍ଷୁ ପରୀକ୍ଷା ପରେ ଅସ୍ତ୍ରୋପଚାର ଆବଶ୍ୟକ ହେଲେ ଏହି ସଂସ୍ଥା ପକ୍ଷରୁ ସ୍ଵଳ୍ପ ଖର୍ଚରେ ଚକ୍ଷୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଶ୍ରୀ ପଟ୍ଟନାୟକ କହିଥିଲେ। ଏଣୁ ଏହାର ସୁଯୋଗ ସମସ୍ତେ ନେଇ ପାରିବେ ଏହି ବାର୍ତ୍ତା ସମଗ୍ର ଅଞ୍ଚଳରେ ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସହାୟକ ମାନଙ୍କ ମଧ୍ୟରେ ହେମ ପ୍ରଭା ନାୟକ, ସୁମତି ନାଏକ, ଯାଜ୍ଞସେନି ପଟ୍ଟନାୟକ, ରାଜେଶ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସର୍ବେଶ୍ଵର ଦାସ ଧନ୍ୟବାଦ ଅର୍ପଣ କରି ଥିଲେ । ସ୍ଥାନୀୟ ରୋଟାରୀ କ୍ଲବର ରୋଟାରିଆନ ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଶଶଧର ପଣ୍ଡା ଓ ଶିରୀଷ ଚନ୍ଦ୍ର ବାରିକଙ୍କ ସମେତ ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ ନିଜର ଅଭିଜ୍ଞନ୍ତା ବଖାଣିଥିଲେ। ବେତନଟୀ ଅଞ୍ଚଳ ନିମନ୍ତେ ଏହି ଚକ୍ଷୁ ଚିକିତ୍ସା ବେଶ ସହାୟକ ହେବ ବୋଲି ରବୀନ୍ଦ୍ର ନାଥ ମିଶ୍ର ମତ ପ୍ରକାଶ କରିଥିଲେ | 
Leave A Reply