ବେତନଟୀ : ବୈଶିଙ୍ଗା – କେନ୍ଦୁଆ ସ୍ଥିତ ବିନୋରୀ ୱେଲଫେୟର ଅର୍ଗାନାଇଜେସନ୍ ଆନୁକୁଲ୍ୟରେ ତିନିଦିନିଆ ଝୁଲଣ ଯାତ୍ରା ଓ ହରିହାଟ ମହୋତ୍ସବ ଇତି ମଧ୍ୟରେ ପାଳିତ ହୋଇଯାଇଛି। ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଆଶ୍ରୀତ ଭକ୍ତ ମଣ୍ଡଳୀ ଏଥିରେ ଯୋଗଦାନ କରିଥିଲେ। ଅର୍ଗାନାଇଜେସନ୍ ର କଳାକାର ମାନଙ୍କ ଦ୍ବାରା ନୃତ୍ୟଗୀତ ସହିତ ଭଜନ ପରିବେଷଣ କରାଯାଇଥିଲା। ବହୁ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ଏହାକୁ ଉପଭୋଗ କରିଥିଲେ। କୁନି କୁନି ପିଲାମାନଙ୍କୁ ନେଇ ନୃତ୍ୟ ଗୀତ ପ୍ରତିଯୋଗୀତା ମାଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଅର୍ଗାନାଇଜେସନ୍ ର ସମ୍ପାଦକ ରାଜେନ୍ଦ୍ର ବିନ୍ଧାଣୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
