ବାଲିପାଟଣା,,୦୯/୦୯ : ସାମାଜିକ ଅନୁଷ୍ଠାନ ଶୋଭା ଆନୁକୂଲ୍ୟରେ ଆଜି ବାଲିପାଟଣା ବ୍ଲକ ବିଶ୍ୱନାଥପୁର ସ୍ଥିତ ମା ଦକ୍ଷିଣେଶ୍ୱରୀ ପୀଠରେ ଏକ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବାଲିପାଟଣା ଥାନା ଏସଆଇ ରାକେଶ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କର ଅଭିଭାଷଣ ରେ ସାମ୍ପ୍ରତିକ ପରସ୍ଥିତିରେ ବିଶ୍ୱ ତାପାୟନ ଯେଉଁପରି ଉଦ୍ବେଗଜନକ ଭାବରେ ବୃଦ୍ଧି ପାଉଛି ତାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନ୍ୟ ଅର୍ଥ ରେ କହିଲେ ବିଶ୍ୱ ଏକ ନିଶ୍ଚିତ ଧ୍ୱଂସ ଆଡକୁ ଦ୍ରୁତ ଗତିରେ ଆଗେଇ ଚାଲିଛି।ଏଥିରୁ ଯଦି କେହି ବଞ୍ଚାଇପାରେ ତାହା ହେଉଛି ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ।ତେଣୁ ଆମେ ସମସ୍ତେ ଆଜି ଶପଥ ନେଇ ବ୍ୟାପକ ବୃକ୍ଷ ରୋପଣ କରିବା ସହ ଏ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଚିତ।ସଭା ପରିଚାଳନା କରିଥିଲେ ସ୍ୱେଚ୍ଛାସେବୀ ପୁଷ୍ପଲତା ବେହେରା।ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଗଠନର ସଭ୍ୟ ଦୀନବନ୍ଧୁ ବସ୍ତିଆ।ସଂଗଠନର ସଭାପତି ସବିତା ସେନାପତି ସଂଗଠନର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆଇ ଆଇ ଡବ୍ଲୁ ଡବ୍ଲୁ ର ସମ୍ପାଦକ ଶିବ ପ୍ରସାଦ ପଟ୍ଟଯୋଶୀ,ସମାଜସେବୀ ନାରାୟଣ ବେହେରା,ସମ୍ପାଦକ ଲକ୍ଷ୍ମୀଧର ପାଢ଼ୀ ,ସରପଞ୍ଚ ଟୁବୁଲା ଭୋଇ,ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜର ବକ୍ତବ ରଖିଥିଲେ।ସୁଶାନ୍ତ ବେହେରା, ତାପସ ନାୟକ, ସୂର୍ଯ୍ୟ କୁମାର, କାମୀ ଦାସ, ଶ୍ରିମୟୀ ସେନାପତି, ରୋଲି ସାହୂ, ବିଜୟ ମଲ୍ଲିକ ଓ ସୋମନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସ୍ଥାନୀୟ ପୁଷ୍କରିଣୀ କୂଳରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।
