ବେତନଟୀ : ବେତନଟୀ ଥାନା ଅଧୀନ ଆହାରି ଓ ଖସାଡିହିରେ ଗତକାଲି ରାତ୍ରୀରେ ହାତୀ ତାଣ୍ଡବ କରି ଥିବାର ଜଣା ପଡିଛି । ଆହାରି ଗ୍ରାମର ଲେଗ ସିଂଙ୍କ ଘରେ ଦୁଇଟି ହାତୀ ପଶି ଘର ଭାଙ୍ଗି ଥିଲେ । ଘର ମଧ୍ୟରେ ଥିବା ଧାନଚାଉଳ ଇତ୍ୟାଦି ଖାଇ ଯାଇ ଥିଲେ । ହାତୀ ଦୁଇଟି ଘର ଭାଙ୍ଗିବା ବେଳେ ଭଙ୍ଗା କାନ୍ଥ ତଳେ ଲେପଙ୍କ ପନôୀ ରଇବାରୀ ସିଂ ଓ ତାଙ୍କ ନାତି ରଞ୍ଜନ ସିଂ ରହି ଯାଇ ଥିଲେ ।
ଏମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଙ୍ଗନୱାଡି କର୍ମୀ କୁନି ସିଂ, ସତ୍ୟବ୍ରତ ସିଂ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଥିଲେ । ବନ ବିଭାଗକୁ ଖବର ଦେବା ପରେ ସେମାନେ ପହଞ୍ଚି ଉଭୟ ଆଈ ଓ ନାତିଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିସôାଳୟ ନେଇ ଚିକିସôା କରାଇ ଥିବାର ଜଣା ପଡିଛି । ଏହି ପରିବାରର ଅନ୍ୟୁନ ୨୦ ହଜାର ଟଙ୍କାର ଗୃହ ସାମଗ୍ରୀ କ୍ଷତି କରିବା ସହିତ ବାଡିରେ ଥିବା ପନିପରିବା, କଦଳୀ ଇତ୍ୟାଦି ଖାଇ ଯାଇ ଥିବାର ଜଣା ପଡିଛି । ହାତୀ ଦୁଇଟି ଗ୍ରାମର ଗୋପାଲ ସିଂ, ଅକ୍ଷୟ ସିଂ, ଗୁରାଚାନ୍ଦ ସିଂଙ୍କ ଘରେ ପଶି ଧାନ ଚାଉଳ ଖାଇ ଯିବା ସହିତ ଆସବାବ ପତ୍ର ନଷ୍ଟ କରିଛନ୍ତି ।
ଏହି ବଣୁଆ ହାତୀ ମାନେ ଛୋଟରାୟ ସିଂଙ୍କର ସେଲୋ ଓ ପାଇପ ସବୁ ଛାରଖାର କରି ଦେଇଛନ୍ତି । ସତ୍ୟବ୍ରତ ସିଂଙ୍କର ତିନି ଏକର ଜମିରେ ହୋଇ ଥିବା ଫୁଲ ଚାଷକୁ ମଧ୍ୟ ନଷ୍ଟ କରି ଦେଇ ଥିବାର ଜଣା ପଡିଛି । ବନ ବିଭାଗ ତରଫରୁ ହାତୀ ଗୁଡିକୁ ଘଉଡାଇବାକୁ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ସେହିପରି ହାତୀକୋଠ ନୂଆଡିହିରେ ହାତୀ ଆତଙ୍କ ଦେଖା ଦେଇଛି । ବଣୁଆ ହାତୀ ଗୁଡିକ ନୂଆଡିହିର ରାଇମୋହନ ମହାନ୍ତଙ୍କ ଘର ଭାଙ୍ଗି ଦେଇଛନ୍ତି । ଏହା ବ୍ୟତୀତ ଧାନଚାଉଳ ଓ ଅନ୍ୟାନ ଖାଇବା ସହିତ ଆସବାବ ପତ୍ର ନଷ୍ଟ କରିଛନ୍ତି । ଗ୍ର୍ରାମର ଅନ୍ୟ ଚାଷୀ ମାନଙ୍କର ପନିପରିବା ଓ କଦଳୀ ଇତ୍ୟାଦି ଖାଇ ଯାଇ ଥିବାର ଜଣା ପଡିଛି । ଖବର ପାଇବା ପରେ ହାତୀକୋଠ ନାଏବ ସରପଞ୍ଚ ଦୀପକ କୁମାର ବିନ୍ଧାଣୀ ଖବର ଦେବା ପରେ ବନପାଳ ଦୀପକ କୁମାର ପାତ୍ର ଓ ଅନ୍ୟ ବନ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।