ଖଇରା : ଲକ୍ଡ଼ାଉନ୍ କି ସଟ୍ଡ଼ାଉନ୍ କଟକଣା କିଛି ଲୋକଙ୍କ ପାଇଁ ଅଭିସାପ ପାଲଟିଥିବା ବେଳେ ଆଉକିଛି ଲୋକଙ୍କ ପାଇଁ ଆଶିର୍ବାଦ ପାଲଟିଛି । ଏହି ଆଶିର୍ବାଦ ଗୋଷ୍ଠୀ ମଧ୍ୟରେ ଅଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଓ ମୟୁରଭଞ୍ଜ ଜିଲ୍ଲା ତହସିଲ ଅଧିନରେ ଥିବା କିଛି ବେଆଇନ୍ ଖଣିବ୍ୟବହାରକାରୀ ଯେଉଁମାନେ କି ଶାରୀଶୂଆ ପାହାଡ଼ ଉପରେ ନିର୍ଭର କରିଥାନ୍ତି । ଲକ୍ଡ଼ାଉନ୍ ଆରମ୍ଭ ହେବା ଦିନଠାରୁ ସେମାନେ ଗତ ପ୍ରାୟ ୪ମାସ ଧରି ୧୪୪ ଧାରା ନିୟମକୁ ଉଲଙ୍ଘନ କରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ବେଆଇନ୍ ଭାବେ ଟନ୍ ଟନ୍ ପଥର ଚାଲାଣ କରି ଆସୁଛନ୍ତି ।
ଖଇରା ତହସିଲରର କିଛି କର୍ମଚାରୀମଧ୍ୟ ଏହି ଘଟଣାରେ ସାମିଲ ରହି ସେମାନେ ଫାଇଦା ଉଠାଇ ଆସୁଥିବାର ଅଭିଯୋଗ ହେଉଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ ନକଲେ କରୋନା ମହାମାରୀ ସାଙ୍ଗକୁ ଲକ୍ଡାଉନ୍ ହଟିବା ବେଳେକୁ ଶାରୀଶୂଆ ପାହାଡ଼ ଯେ ଶ୍ୱଶାନ ଭୂମିରେ ପାଲଟି ଯାଇଥିବ ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ଉକ୍ତ ପାହାଡ଼ର ୯୭ଟି ଖଣି ନିଲାମ ଦିଆଯାଇଥିଲା । ହେଲେ ଉକ୍ତ ଖଣି ମଧ୍ୟରୁ ଅନେକ ହାତୀ ଚଲାପଥ ଓ ଜୈବ ସମ୍ବେଦନଶୀଳ ଇଲାକା ମଧ୍ୟରେ ଆସୁଥିବା ଦର୍ଶାଇ ୨ଟି ସ୍ୱେଚ୍ଛାସେବୀ ସଂଗଠନ ୨୦୧୯ ମସିହା ଅକ୍ଟୋବର ମାସରେ ଜାତୀୟ ଗ୍ରୀନ୍ ଟି୍ରବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅକ୍ଟୋବର ୧୬ ତାରିଖରେ ଟି୍ରବ୍ୟୁନାଲ ତାଙ୍କ ରାୟରେ ଉକ୍ତ ଖଣି ଅଞ୍ଚଳ ଜୈବ ସମ୍ବେଦନଶୀଳ ଇଲାକା ମଧ୍ୟରେ ଆସୁଥିବାରୁ ଏହାକୁ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ରାୟମୁତାବକ ସମସ୍ତ ଖଣିରେ ୧୪୪ଧାରା ଜାରି କରାଯାଇଥିଲା । ଅଭିଯୋଗ ହୁଏ ଖଣି ମାଲିକମାନେ ଟଙ୍କା ବଳରେ କିଛି ଅଧିକାରୀଙ୍କୁ କବ୍ଚା କରି ଖଣିଖୋଳା ଅବ୍ୟାହତ ରଖିଥିଲେ । ବିଭିନ୍ନ ସମୟରେ ବନସଂରକ୍ଷକ ଜିଲ୍ଲା ବନବିଭାଗ ଅଧିକାରୀ,ଜିଲ୍ଲାପାଳଙ୍କ କ୍ରମାଗତ ପରିଦର୍ଶନ ଘଟଣା ଖଣିବନ୍ଦ ଉପରେ କୌଣସି ପ୍ରଭାବ ପକାଇପାରି ନଥିଲା । ଘଟଣାକ୍ରମେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଅତିରିକ୍ତ ଏସ୍ପି. ତେଜରାତ୍ ପଟ୍ଟେଲଙ୍କ ନେତୃତ୍ୱରେ ଫେବୃୟାରୀ ୨୩ ତାରିଖ ଦିନ ଖଣି ଅଞ୍ଚଳ ଉପରେ ଚଢଉ କରିଥିଲେ ।
ସେମାନଙ୍କ ଆଖି ପ୍ରଥମେ ୭୭ ନମ୍ବର ଖଣି ଉପରେ ପଡ଼ିଥିଲା । ଘଟଣାସ୍ଥଳରୁ ଖଣି ମାଲିକ ଖସିପଳାଇବାକୁ ସମର୍ଥ ହୋଇଥିବା ବେଳେ ଖଣିରେ କାମ କରୁଥିବା ଅନ୍ୟ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଘଟଣା ସମ୍ପର୍କରେ କେଶ ନଂ ୪୧/୨୦୨୦ ମୂଳେ ଏକ ମାମଲା ରୁଜୁ କରାଯାଇ ଖଣି ମାଲିକଙ୍କୁ ଗିରଫ ଦାୟିତ୍ୱ ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରାଙ୍କୁ ଦିଆଯାଇଥିଲା । ଅନ୍ୟ ପକ୍ଷରେ ଏବେ କୋଭିଡ଼୍-୧୯ ନିୟମ ଉଲଙ୍ଘନକାରୀଙ୍କୁ ସାବାଡ଼୍ କରିବାକୁ ପ୍ରଶାସନ ତତ୍ପର ଥିବା ବେଳେ ଏହି ଘଟଣା ଖଣିମାଫିଆଙ୍କୁ ସୁହାଉଛି । ଯଦିବା କାଁ ଭାଁ ଅଧିକାରୀମାନେ ଖବରପାଇ ଘଟଣାସ୍ଥଳକୁ ଆସୁଛନ୍ତି ସେମାନେ ପହଞ୍ଚôବା ପୂର୍ବରୁ ଖଣିମାଲିକମାନେ ସେଠାରୁ ଖସି ପଳାଉଛନ୍ତି । ଅନ୍ୟପକ୍ଷରେ ଖଣିମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟାଭିଡ଼ିଥିବା ଅତିରିକ୍ତ ତହସିଲଦାରଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି ।
ବଦଳି ହୋଇଥିବା ଏହି ଅତିରିକ୍ତ ତହସିଲଦାର ଜଣଙ୍କ ଖଣିମାଲିକଙ୍କ ଚାପରେ ପ୍ରଶାସକଙ୍କ ଦ୍ୱାରା ଅସୁବିଧାରେ ପଡ଼ିଥିବା କୁହାଯାଉଛି । ତହସିଲଦାରଙ୍କ ସହିତ ରହୁଥିବା ଜଣେ ଗାଡ଼ି ଡ୍ରାଇଭର ସମସ୍ତ ସୂଚନା ଖଣି ମାଲିକମାନଙ୍କୁ ଦେଉଥିବାରୁ ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚôବା ପୂର୍ବରୁ ଖଣିମାଫିଆମାନେ ଖସିପଳାଉଥିବାର ଅଭିଯୋଗ ଆଣିଛନ୍ତି ପାହାଡ଼ ତଳର ବାସିନ୍ଦା ବିଜୟ କୁମାର ବାରିକ । ଏ ସମ୍ପର୍କରେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ମତାମତ ନେବାରୁ ସେ କହିଥିଲେ ଯେ ବେଆଇନ୍ ଖଣି ଉତ୍ତୋଳନ ସ୍ଥାନରେ ଚଢଉ ଜାରି ରହିଛି । କାଁ ଭାଁ ଯେଉଁଠି ଖଣି ଖୋଳାଯାଉଛି ସେ ଖବର ପାଇବା ମାତ୍ରେ ଆମେ ସେଠାକୁ ଯାଉଛୁ ହେଲେ ଖଣି ଖୋଳୁଥିବା ଲୋକମାନେ ଖସିଯାଉଥିବାରୁ ସେମାନଙ୍କୁ ଧରାଯାଇପାରୁ ନାହିଁ