ସାଗୁ ଦାନ ଦେଖିବାକୁ ଧଳା ମୋତିପରି ସୁନ୍ଦର ଖାଇବା ପଦାର୍ଥଟିଏ l ଏହାକୁ ମାଟିତଳୁ କନ୍ଦମୂଳ ଭଳି ବାହାରୁଥିବା ଏକ ମୂଳରୁ ପ୍ରସ୍ତୁତ କରାଯାଏ l ଏହାର ନାମ ଆମେ ଶୁଣିବା ମାତ୍ରେ ଦେହ ଖରାପ କିମ୍ବା କୌଣସି ଉପାସ ବ୍ରତକଥା ଭାବିବସୁ l କାରଣ ଆମ ଓଡ଼ିଆ ଘରେ କୌଣସି ଉପବାସ କିମ୍ବା ବ୍ରତ ରଖିଲେ ଅଲଗା ଖାଦ୍ୟ ତ୍ୟାଗକରି ସୁଦ୍ଧ ଏହାର ଖାଇଥାଉ l ବ୍ରତ ବ୍ୟତୀତ ସାଗୁ ଦାନାର ବ୍ୟବହାର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଭାବରେ ମଧ୍ୟ କରାଯାଇଥାଏ l ସାଗୁ ଦାନାରେ ପ୍ରସ୍ତୁତ ଖିରି ଓ ଖେଚୋଡ଼ି ପ୍ରାୟତଃ ଅଧିକାଂଶ ଲୋକ ଖାଇଥାନ୍ତି l ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର l
ସାଗୁ ଦାନାରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା ପ୍ରୋଟିନ ,ଫ୍ୟାଟ ,କାର୍ବୋହାଇଡ୍ରେଡ଼ ,ଫାଇବର ,କ୍ୟାଲସିୟମ ,ଆଇରନ ,ମ୍ୟାଗନେସିୟମ ,ପୋଟାସିୟମ ,ଜିଙ୍କ ,ଭିଟାମିନ-ବି ୬ ,ଫୋଲେଟ ,କୋଲିନ ଓ ଜଳ ଇତ୍ୟାଦି ପୋଷକତତ୍ୱ ସାଗୁ ଦାନାରେ ଭରପୁର ମାତ୍ରାରେ ମିଳିଥାଏ ,ଯାହା ଆମ ନୀତିଦିନ ଖାଦ୍ୟ ଭାବରେ ଶରୀର ପାଇଁ ଆବଶ୍ୟକ l
* ଗରମରୁ ରକ୍ଷାକରେ ସାଗୁ ଦାନା -ବ୍ୟାୟାମ କରିବା ପରେ ଆମ ଶରୀରରୁ ଅତିରିକ୍ତ ଉର୍ଜାଭାବରେ ଗ୍ଲାଇକୋଜନର ଉପଯୋଗ ହୋଇଥାଏ l ଏହା ଆମ ଶରୀରରେ ଗରମ ବଢାଇବାକୁ ଲାଗେ l ତେଣୁ ଏହି ସମୟରେ ସାଗୁ ଦାନା ସେବନ କରିବା ଲାଭଦାୟକ ହୋଇଥାଏ l ଏଥିରେ ଥିବା କାର୍ବୋହାଇଡ୍ରେଡ଼ ଶରୀରର ମେଟାବଲିଜିମ ସ୍ତରକୁ ସନ୍ତୁଳନ ରଖିବା ସହିତ ଶରୀରକୁ ଗ୍ଲୁକଜ ଯୋଗାଇ ଥାଏ l
* ହାଡ଼କୁ ମଝବୁତ କରେ ସାଗୁ -ହାଡ଼କୁ ମଝବୁତ କରିବା ପାଇଁ ସାଗୁ ଦାନା ଖାଇବା ଶରୀର ପକ୍ଷ ହିତକର l ସାଗୁ ଦାନାରେ କ୍ୟାଲସିୟମ ,ଆଇରନ ଓ ମ୍ୟାଗନେସିୟମ ରହିଛି ,କ୍ୟାଲସିୟମ ହାଡ଼କୁ ବିକାଶ କରିବା ସହିତ ମଝବୁତ କରିଥାଏ ,ଆଇରନ ଅଷ୍ଟୀୟୋପରୋସିସକୁ ହେବାକୁ ଦିଏ ନାହିଁ ଓ ମ୍ୟାଗନେସିୟମ ବିଭିନ୍ନ ହାଡ ସମସ୍ୟାକୁ ଦୂର କରିଥାଏ l
* ଷ୍ଟାମିନା ବଢାଇବାରେ ସାହାଯ୍ୟ କରେ ସାଗୁ -କାମ କଲା ସମୟରେ ଶୀଘ୍ର ଥକିଗଲେ ଶରୀର ଥକା ଲାଗିବ ସହିତ ଦୁର୍ବଳ ମଧ୍ୟ ଲାଗିଥାଏ l ଯଦି ଏପରି ଲାଗୁଛି ତେବେ ଆପଣ ସାଗୁ ଦାନା ଖାଇବା ଆବଶ୍ୟକ l ସାଗୁ ଦାନା କେବଳ ଆପଣଙ୍କର ଷ୍ଟାମିନା ବଢ଼ାଇ ନଥାଏ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବା ପାଇଁ ଶକ୍ତି ମଧ୍ୟ ଯୋଗାଇଥାଏ l ସାଗୁ ଦାନାରେ ମିଳୁଥିବା କାର୍ବୋହାଇଡ୍ରେଡ଼ ମଧ୍ୟ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ l
* ରକ୍ତ ସଂଚାଳ କରିବାରେ ସାହାଯ୍ୟ କରେ ସାଗୁ -ଭଲ ରକ୍ତ ସଂଚାଳନ ପାଇଁ ସେଗୁ ଦାନା ସେବନ କରିବା ସ୍ୱାସ୍ଥ୍ୟ ପକ୍ଷ ହିତକର l ଏଥିରେ ମିଳୁଥିବା ଫୋଲେଟ ରକ୍ତ ସଂଚାଳନ ପ୍ରଣାଳୀକୁ ସୁଦୃଢ କରିବାରେ ସକ୍ଷମ ହୋଇଥାଏ l
* ଉଚା ରକ୍ତଚାପକୁ ନିୟନ୍ତ୍ରଣ କରେ ସାଗୁ -ଉଚା ରକ୍ତଚାପ ସମସ୍ୟାକୁ ଦୂର କରିବା ପାଇଁ ସାଗୁ ଦାନା ଲାଭଦାୟକ ଅଟେ l ଏଥିର ଥିବା ଫାଇବର ,ପୋଟାସିୟମ ଓ ଫସଫରସ ବଢୁଥିବା ରକ୍ତ ଚାପକୁ କଣ୍ଟ୍ରୋଲ କରିବା ପାଇଁ ସହାୟକ ହୋଇଥାଏ l ଆହୁରି ମଧ୍ୟ ଫାଇବର ପ୍ଲାଜ୍ମା କୋଲେଷ୍ଟ୍ରଲ ସ୍ତରକୁ କମ କରି ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ l ସାଗୁ ଦାନାରେ ଥିବା ପୋଟାସିୟମ ରକ୍ତ ଚାପକୁ ନିୟନ୍ତ୍ରଣ କରିବା ସହିତ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ l