Odisha news

ପାରିବାରିକ କଳହ ରୁ ବୋହୂର ମାରଣାନ୍ତକ ଆକ୍ରମଣରେ ବୃଦ୍ଧା ଶାଶୁ ଗୁରୁତର

0

ବେତନଟୀ :  ବେତନଟୀ ଥାନା ଅଧୀନ ସଠିଲୋ ଗ୍ରାମରେ ପାରିବାରିକ କଳହ ରୁ ବୋହୂର ମାରଣାନ୍ତକ ଆକ୍ରମଣରେ ବୃଦ୍ଧା ଶାଶୁ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି । ଗିରଫ ଅଭିଯୁକ୍ତ ମହିଳା ଜଣକ ହେଉଛି ସତ୍ୟଜିତ ବିନ୍ଧାଣିଙ୍କ ସ୍ତ୍ରୀ ପ୍ରତୀମାରାଣି ଚକ୍ର(୩୪) । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ବିଡାନାସୀ ଅଞ୍ଚଳର ବିନୋଦ ବିହାରୀ ଚକ୍ରଙ୍କ ଝିଅ ପ୍ରତୀମାରାଣୀଙ୍କୁ ସଠିଲୋ ଗ୍ରାମର ସ୍ବର୍ଗତ ଅଲେଖ ପ୍ରସାଦ ବିନ୍ଧାଣିଙ୍କ ପୁଅ ସତ୍ୟଜିତ ବିନ୍ଧାଣି ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ଥିବାବେଳେ କୌଣସି କାରଣରୁ ଅଧିକାଂଶ ସମୟରେ ପ୍ରତୀମାରାଣୀ ବାପଘର ବିନାସୀକୁ ପଳାଇ ଯାଇଥିଲେ । ତେବେ ବିଗତ ଦୁଇବର୍ଷ ହେବ ପ୍ରତୀମାରାଣୀ ବାପଘର ବିଡାନାସୀରେ ରହିଆସୁଥିବା ବେଳେ ଘଟଣାଦିନ ଅର୍ଥାତ ରବିବାର ରାତି ସାଢେ ଦଶଟା ପାଖାପାଖି ସମୟରେ ସଠିଲୋସ୍ଥିତ ଶାଶୂଘରେ ପହଞ୍ଚି ସନ୍ତାନମାନଙ୍କୁ ସାଙ୍ଗରେ ନେଇଯିବା ପାଇଁ ଜିଦ ଧରିଥିଲା। ସ୍ଵାମୀ ସତ୍ୟଜିତ ଏବଂ ଶାଶୁ ଏହାର ପ୍ରତିବାଦ କରିବାରୁ ବଚସା ତୀବ୍ରରୂପ ଧାରଣ କରିଥିଲା । ଏଥିରେ ଉପକ୍ଷୀପ୍ତ ହୋଇ ପ୍ରତୀମାରାଣୀ କବାଟକୁ ଭିତରପଟୁ ବନ୍ଦ କରିବା ପାଇଁ ବ୍ୟବହୃତ କାଠଢିରା ଦ୍ୱାରା ଶାଶୁ ସରସ୍ଵତୀଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ। ବୋହୂର ମାରଣାନ୍ତକ ଆକ୍ରମଣରେ ଲହୁଲୁହାଣ ବୃଦ୍ଧା ସରସ୍ୱତୀଙ୍କୁ ପାଖପଡୋଶୀଙ୍କ ସହାୟତାରେ ସତ୍ୟଜିତ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଏବେ ସେ ଚିକିତ୍ସାଧୀନ ଅଛନ୍ତି । ଏନେଇ ସ୍ୱାମୀ ସତ୍ୟଜିତଙ୍କ ଏତଲାକ୍ରମେ  ୧୭୮/୨୩ ନଂ ରେ ଏକ ମାମଲା ରୁଜୁ କରିଛି ବେତନଟୀ ପୁଲିସ । ଏଥିସହିତ ମାରନାନ୍ତକ ଆକ୍ରମଣରେ ବ୍ୟବହୃତ କାଠଢିରାକୁ ଜବତ ପୂର୍ବକ ଆକ୍ରମଣକାରୀ ବୋହୂ ପ୍ରତୀମାରାଣୀକୁ ଗିରଫକରି କୋର୍ଟ ଚାଲାଣ କରିଛି ବେତନଟୀ ପୁଲିସ।

Leave A Reply