Odisha news

ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ସମ୍ବଲପୁର ହିଂସା ପ୍ରତିବାଦରେ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର

0
ବେତନଟୀ : ସୋମବାର ପୂର୍ବାହ୍ନ ସମୟରେ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ବେତନଟୀ ଅଞ୍ଚଳର ବିଭିନ୍ନ ହିନ୍ଦୁ ସଂଗଠନ ର ଭାଇମାନେ ବେତନଟୀ ବ୍ଲକ ପରିସରରେ ଏକତ୍ରିତ ହୋଇ ଥିଲେ। ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ଅବସରରେ ଏପ୍ରିଲ ୧୨ ତାରିଖରେ ମୋଟର ସାଇକେଲ ଶୋଭାଯାତ୍ରା ଉପରକୁ ମୁସଲମାନ ମାନେ ଟେକା ପଥର ମାଡ଼କରିବା, ଗାଡି ଭାଙ୍ଗିବା, ସରକାରୀ ବେସରକାରୀ ସମ୍ପତି ନଷ୍ଟ କରିବା , ନିରୀହ ହିନ୍ଦୁ ଭାଇ ମାନଙ୍କୁ ଆକ୍ରମଣ କରିବା , ଦୋକାନ ପୋଡିବା , ଏପ୍ରିଲ ୧୪ରେ ଜଣେ ହିନ୍ଦୁ ଭାଇ ଙ୍କୁ ହତ୍ୟା କରିବା , ଦଙ୍ଗା ପରିସ୍ଥିତି କରାଇବା ଆଦି ଘଟଣାକୁ ନେଇ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଥିରେ ସରକାର ଦଙ୍ଗା ଙ୍କୁ କୋଠର ଦଣ୍ଡ ନ ଦେଇ ହିନ୍ଦୁ ଭାଇ ମାନଙ୍କୁ ଗିରଫ କରିବା ଅତି ଲଜ୍ୟା ଜନକ କଥା,ଏଥି ପାଇଁ ଏହି ରାଷ୍ଟ୍ର ବିରୋଧ କାମ କରୁଥିବା ମୁସଲମାନ ଭାଇ ମାନଙ୍କୁ କୋଠର ଦଣ୍ଡ ଦିଆଯାଉ ବୋଲି  ଏକ ଦାବି ପତ୍ର ମାନ୍ୟବର ରାଜ୍ୟପାଳ ଙ୍କୁ ବେତନଟୀ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂଜ୍ୟ ସନ୍ଥ ଆଚାର୍ଯ୍ୟ ବିଜୟ କୁମାର ବ୍ରହ୍ମଚାରୀ, ରାଜେନ୍ଦ୍ର ପ୍ରସାଦ ବିନ୍ଧାଣୀ,  ବିଧାୟକ ସନାତନ ବିଜୁଳି ଏବଂ ଅନ୍ୟ ମାନେ  ଉପସ୍ଥିତ ରହିଥିଲେ ଏବଂ ପରିଶେଷରେ ସଂଜୀବ କୁମାର ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply