ଛତ୍ରପୁର ୨୪/୪ ; ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ପରିସରରେ ତାଲିମ କେନ୍ଦ୍ର ପକ୍ଷରୁ ଏକ ଆର୍ଥିକ ସ୍ୱାକ୍ଷରତା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ ହୋଇ ଯାଇଛି । ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ର ନିର୍ଦ୍ଦେଶକ କିଶୋର ଚନ୍ଦ୍ର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଡେପୁଟି ଆଂଚଳିକ ମୁଖ୍ୟ ରାମ ଚନ୍ଦ୍ର ବେହେର ଦଳାଇ ଓ ରଘୁ ନାରାୟଣ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏଥିରେ ଆସିକା, ଧରାକୋଟ ଓ ସୋରଡା ବ୍ଲକର ୧୦୩ ଜଣ ଏମବିକେ ମାନଙ୍କୁ ୩ ଟି ବ୍ୟାଚ ରେ ଅର୍ଥ ଉାପାର୍ଜନ କରି ସେଗୁଡିକୁ କିପରି ସଠିକ୍ ଭାବେ ବିନିଯୋଗ କରାଯାଇପାରିବ ଓ ଆବଶ୍ୟକ ସ୍ଥଳେ କିପରି ବ୍ୟାଙ୍କରୁ ଋଣ ନେଇ ପାରିବେ ଓ ସେଗୁଡିକୁ କିପରି ସଠିକ୍ ଭାବେ ବିନିଯୋଗ କରିପାରିବେ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ତାଲିମ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହ ଯୋଗ କରିଥିଲେ ।