Odisha news

ହକି ବିଶ୍ଵକପ ଟ୍ରଫିକୁ ଭବ୍ୟ ସ୍ଵାଗତ

0

ବେତନଟୀ : ଓଡ଼ିଶାରେ ଆସନ୍ତା ୧୩ ତାରିଖଠାରୁ  ଭୁବନେଶ୍ଵର ଏବଂ ରାଉଲକେଲା ଠାରେ ଆୟୋଜିତ ହେବାକୁଥିବା ହକି ବିଶ୍ଵକପର ସଚେତନତା ବାର୍ତ୍ତା ପ୍ରଦାନ କରିବା ନିମନ୍ତେ ବିଭିନ୍ନ ଜିଲ୍ଲା ପରିଭ୍ରମଣ କରି ଶନିବାର ଠାରୁ ଏହି ବିଶ୍ଵକପ ହକି ଟ୍ରଫିଟିକୁ ନେଇ ଏକ ଦଳ ମୟୂରଭଞ୍ଜ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଆଜି ବେତନଟୀ ବ୍ଲକକୁ ପ୍ରବେଶ କରିଥିଲା।  ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ବିଭିନ୍ନ ଛକ ଜାଗା ମାନଙ୍କରେ ଏହି ଟ୍ରଫିଟିକୁ ଭବ୍ୟ ସ୍ଥାପତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ମିଶନଶକ୍ତି ଏବଂ ଫେଡେରେସନର ମହିଳାମାନେ  ଫୁଲରେ ତିଆରି  ଏକ ବିଶାଳ ଟ୍ରଫି ପ୍ରସ୍ତୁତକରି ସ୍ବାଗତ କରିଥିଲେ । ବୈଶିଙ୍ଗା ଥାନା ଅଧୀନ କଳମା ଠାରେ ବ୍ଲକ ପ୍ରଶାସନ ସହିତ ଗଡ଼ଦେଉଳିଆ ଏବଂ କଳମା ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ହକି ବିଶ୍ୱ କପକୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ,  ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଜାତୀୟ ରାଜପଥରେ ଟ୍ରାଫିକ ବ୍ୟବସ୍ଥାକୁ ସ୍ବଭାବିକ କରିବାପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରିଥିଲେ l ଆଜିର ଏହି ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ନେତୃ ବୃନ୍ଦ ଯୋଗ ଦେଇଥିଲେ।

Leave A Reply