Odisha news

ବୈଶିଙ୍ଗା ମହୋତ୍ସବର ଉଦଯାପନୀ ସନ୍ଧ୍ୟା, ଭାଇଚାରା ସୃଷ୍ଟି ହୋଇପାରିଲେ ଆଗାମୀ ବର୍ଷରେ ଆହୁରୀ ଚିତାକର୍ଷକ ହେବ

0
ବେତନଟୀ : ବୈଶିଙ୍ଗା ମହୋତ୍ସବ-୨୦୨୩ର ପରିକଳ୍ପନା ପ୍ରଥମେ କେତେଜଣ ସାମ୍ବାଦିକ ଏବଂ ବୁଦ୍ଧିଜୀବି ଭାଇମାନଙ୍କ ମନରେ ସୃଷ୍ଟି ହୋଇଥିଲା। ତାପରେ ୨୫ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କୁ ନେଇ ସଙ୍କଳ୍ପ ସିଦ୍ଧ ହୋଇ ପାରିଥିଲା। ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଏହି ପରିକଳ୍ପନା ସାକାର ହୋଇପାରିଥିଲା।ସେଦିନ ସନ୍ଧ୍ୟାରେ ମୟୂରଭଞ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୂଖ୍ୟ ଅତିଥି ଏବଂ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରିଶିକେଶ ଡି ଖିଲାରୀ ମିଳିତ ଭାବେ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହିପରି ପାଞ୍ଚ ଦିନ ଧରି ଦୈନିକ ସନ୍ଧ୍ୟାରେ ଅତିଥିମାନଙ୍କର ଉପସ୍ଥିତି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଅନ୍ତିମ ସନ୍ଧ୍ୟାରେ ଆଞ୍ଚଳିକ ସ୍ତରରେ ନୃତ୍ୟ ଶିକ୍ଷାଗ୍ରହଣ କରିଥିବା କୁନି କୁନି ପିଲାମାନଙ୍କୁ ନେଇ ବିଭିନ୍ନ ନୃତ୍ୟ ପରିବେଷିତ ହୋଇଥିଲା। ଏହାପରେ ମହୋତ୍ସବର ସଭାପତି ଦେବେନ୍ଦ୍ର କୁମାର ପଣ୍ଡାଙ୍କ ସଦ୍ଭାପତିତ୍ଵରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ମଙ୍ଗଳ ଅଧିକାରୀ ସୁନାରାମ ସିଂ, ମୂଖ୍ୟବକ୍ତା ଭାବେ ଜୟନ୍ତ ପାଣିଗ୍ରାହୀ, ସ୍ୱତନ୍ତ୍ର ସମ୍ମାନୀତ ଅତିଥିଭାବେ ସନ୍ତୋଷ କୁମାର ନାୟକ ଯୋଗ ଦେଇ ମହୋତ୍ସବର ଆଗାମୀ ଭବିଷ୍ୟତ ଉଜୂଳମୟ ହେଉ ବୋଲି କାମନା କରିଥିଲେ। ଚାରିଜଣ ସଫଳ ବ୍ୟକ୍ତିତ୍ୱ ଙ୍କୁ ସମ୍ମାନୀତ କରାଯାଇଥିଲା। ସେମାନେ ହେଲେ ଶିକ୍ଷାବିତ୍‌ ବିକାଶ ଚନ୍ଦ୍ର ସେଠୀ, ସମାଜସେବୀ ତଥା ଆଇନଜିବୀ କ୍ଷେତ୍ରମୋହନ ପଣ୍ଡା, ସଫଳ ବ୍ୟବସାୟୀ ଏବଂ ସମାଜସେବୀ ଶଶିଧର ପଣ୍ଡା ଏବଂ ତାଲମିଆ ସିମେଣ୍ଟ ର ବରିଷ୍ଠ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ । ସଦ୍ଭା ଶେଷରେ ସମ୍ପାଦକ ସତ୍ୟପ୍ରକାଶ ପ୍ରଧାନ ଧନ୍ୟବାଦ ମାଧ୍ୟମରେ ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ।ଏହି ଉତ୍ସବରେ ପାଞ୍ଚଦିନ ଧରି ପରିଚାଳନା କରୁଥିବା ଅବସରପ୍ରାପ୍ତ ଶିକ୍ଷକ ସାଜିନ୍ଦ୍ର ବିଶ୍ଵାଳ(ତୋଫାନ ଭାଇ) ଙ୍କୁ ମହୋତ୍ସବ କମିଟୀ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
Leave A Reply