ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତ ଅଧୀନ ରଘୁନାଥପୁର ଗ୍ରାମରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ମଙ୍ଗଳବାର ଅପରାହ୍ନରେ ରଘୁନାଥପୁର ଗ୍ରାମର ସ୍ଵର୍ଗତଃ ବିଶ୍ଵନାଥ ସୋରେନଙ୍କ ପୁଅ ଟେମ୍ପା ସୋରେନ (୩୫) ସେହି ଗ୍ରାମର ସମ୍ପର୍କୀୟ ନାବାଳିକା ନାତୁଣୀଙ୍କ ଘରକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପୀଡିତାଙ୍କ ଚିତ୍କାର ଶୁଣିବାପରେ ପଡୋଶୀ ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରି ରଖିଥିଲେ। ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ଗ୍ରାମରେ ଏକ ବୈଠକ ବସିଥିଲା, ମାତ୍ର ବୈଠକରେ ଉପଯୁକ୍ତ ନ୍ୟାୟ ନ ପାଇ ପୀଡିତାଙ୍କ ପରିବାର ଲୋକ ଆଜି ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ୨୮୩/୨୨ ରେ ମାମଲା ମୂଳେ ଅଭିଯୁକ୍ତ ଟେମ୍ପାଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ। ଆସନ୍ତାକାଲି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ବୈଶିଙ୍ଗା ଥାନାର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି।
