ଗୋପ : ବିଦ୍ୟାଳୟ ପରିସର.ଦଣ୍ତମୁକ୍ତ ଅଂଚଳରେ ଦଣ୍ତନୀୟ ଅପରାଧ କଲେ ଶିକ୍ଷୟତ୍ରୀ ।ଗୋପ ନିଗମାନନ୍ଦ ଉଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବଡଜେନାଙ୍କ ଉନ୍ନତ କାଣ୍ତ ।ନିଜ ଶ୍ରେଣୀ ଗୃହ ରେ ଛାତ୍ର ଛାତ୍ରୀଙ୍କୁ ଅକଥନୀୟ ଅତ୍ୟାଚର। ପିଲାଙ୍କୁ ଆଣ୍ଠେଇଲେ,ପିଟିଲେ,ଗାଳି କଲେ ।ଏପରିକି ଛାତ୍ରୀଙ୍କ ଚୁଟିଧରି ଘୋସାଡିଲେ ,ପ୍ରତିବାଦ କଲେ ଡଷ୍ଟର ରେ ମାଡ ମାରିବା ସହ ଶ୍ରେଣି ଗୃହରୁ ବାହାର କରିଦେଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରଧାନ ଶିକ୍ଷକ । ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେଶିକ୍ଷୟତ୍ରୀ ସଂଧ୍ୟାରାଣୀ ବଡଜେନାଙ୍କୁ ଜାରି ହେଲା କାରଣ ଦର୍ଶାଅ ନୋଟିସ ।ତେବେ ପୁରୀ ଜିଲ୍ଲା ଶିକ୍ଷାଅଧିକାରୀ ଆଜି ସମ୍ପୁର୍କ୍ତ ଶିକ୍ଷୟତ୍ରୀ ଙ୍କୁ ନିଲମ୍ବିତ କରିଛନ୍ତି।
ଏପରିକି ବହୁବାର ଦଣ୍ତନୀୟ କାର୍ଯ୍ୟକରିଥିବା ଅଭିଯୋଗ ଆଣିଲେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବଦୁଲ ଇଶ୍ରାଫିଲ ଖାନ । ଏ ଚିତ୍ର ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ନିର୍ବାଚନ ମଣ୍ତଳୀ ଗୋପ ବ୍ଲକର ସ୍ମାର୍ଟ ସ୍କୁଲ ବିଦ୍ୟାଳୟ ନିଗମାନନ୍ଦ ଉଚ ବିଦ୍ୟାଳୟ ର ଚିତ୍ର ।
