ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ମନ୍ଦିର ଗୁଡ଼ିକରୁ ଚୋରି ଘଟଣାର ପୁନରାବୃତ୍ତି ହେଉଥିବା ପୋଲିସ ପ୍ରଶାସନର ଚିନ୍ତା ବଢ଼ାଇଛି। ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ପଦ୍ମନାଭପୁର ଶିବ ମନ୍ଦିର ରେ କାଲି ବିଳମ୍ବିତ ରାତିରେ ଗ୍ରୀଲ୍ ଭାଙ୍ଗି ସମସ୍ତ ତମ୍ବା , ରୂପା ଓ ପିତ୍ତଳ ବାସନକୁସନ ଚୋରି ହୋଇଥିବା ନେଇ ବୈଶିଙ୍ଗା ପୋଲିସ ନିକଟରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଗତ ଏକ ମାସ ମଧ୍ୟରେ ବେତନଟୀ ଓ ବୈଶିଙ୍ଗା ଅଞ୍ଚଳ ରେ ଚାରୋଟି ମନ୍ଦିର ରୁ ଚୋରି ହୋଇଥିବା ବେଳେ ନିକଟରେ ପୁରୁଣିଆ , ମହୁଲିଆ ଓ ବୈଶିଙ୍ଗା ଉପକଣ୍ଠ ପଦ୍ମପୁର ମନ୍ଦିରରେ ତାଲା ଭାଙ୍ଗି ଚୋରି ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ତେବେ ଆଜି ବୈଶିଙ୍ଗା ପୋଲିସ ର ଏକ ଟିମ୍ ପହଞ୍ଚି ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ତଦନ୍ତ କରି ଫେରି ଯାଇଛନ୍ତି।
