ବାରଙ୍ଗ : ନନ୍ଦନକାନନଥାନାପୋ ଲିସ ବୁଧବାରଦିନ ନନ୍ଦନକାନନ ବସଷ୍ଟାଣ୍ଡରୁ ବ୍ରାଉନସୁଗାର ଜବତ କରିବା ସହ ସହ ଦୁଇଜଣଙ୍କୁ ଅଟକ ରଖିଛି ।ବିଶେଷସୁତ୍ରରୁ ଖବରପାଇ ନନ୍ଦନକାନନଥାନାପୋଲିସ ନନ୍ଦନକାନନ ବସଷ୍ଟାଣ୍ଡର ଥିବା ଏକ ଚା ଦୋକାନରେ ଚଢଉ କରି ଚାଦୋକାନ ମାଲିକ ତଥା ରଘୁନାଥପୁର ଗାଁର ପଂଚାନନରାଉତ ଓ ଜଗନରାଉତନାମକ ଦୁଇଜଣ ଯୁବକକୁ ଅଟକ ରଖିଛି ।ପୋଲିସ ଏମାନଙ୍କଠାରୁ ୧ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଥିବାର ଜଣାପଡିଛି ।ପଂଚାନନ ଚା ଦୋକାନ କରିଥିବାବେଳେ ଏହି ଦୋକାନରେ ଜଗନ ବସି ବ୍ରାଉନସୁଗାର ବେପାର କରୁଥିବାର ପୋଲିସ ଜାଣିବାକୁ ପାଇବାପରେ ଚଢଉ କରିଥିଲା ।ପୋଲିସ ମକଦ୍ଦମା ରୁଜୁକରିନଥିବାବେଳେ ବ୍ରାଉନସୁଗାର କେଉଁଠୁଆସୁଛି ଓ କିଏ ଆଣି ଯୋଗାଉଛି ଏବିଷୟରେ ଅଧିକ ପଚରାଉଚରା କରୁଥିବାର ଜଣାପଡିଛି ।
