ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ମେରଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିଞ୍ଝାବଣିଆ ଠାରେ କିଶୋର କ୍ଲବ ତରଫରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଥିଲା। ଆଠଟି ଫୁଟବଲ ଟିମକୁ ନେଇ ୧୨ ତାରିଖ ଶୁକ୍ରବାର ଦିନ ଉଦଘାଟନ ଉତ୍ସବରେ ୩୭ ନଂ ଜିଲ୍ଲାପରିଷଦ ସଦସ୍ୟା ଧାନୀ କିସ୍କୁ ଯୋଗ ଦେଇ ଏହି ଖେଳକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜି ଶନିବାର ଫାଇନାଲ ମ୍ୟାଚରେ କିଶୋର କ୍ଲବ ୨ – ୧ ଗୋଲରେ ବିଷ୍ଣୁପୁର ଏଫସି କୁ ପରାସ୍ତ କରି ଚମ୍ପିଆନ ହୋଇଥିଲା।
ଏହା ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର ଯୋଗ ଦେଇ ବିଜୟୀ ଏବଂ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଧାନୀ କିସ୍କୁ, ବେତନଟୀ ବ୍ଲକ ବିଜେଡି ସଭାପତି ସନ୍ତକ ଲେଙ୍କା, ନରେନ୍ଦ୍ର ସିଂ, ବାଇଧର ବିନ୍ଧାଣୀ, ମେରଦା ସରପଞ୍ଚ ଘନଶ୍ୟାମ ସିଂ , ସମିତି ସଭ୍ୟା ବାସନ୍ତୀ ମୁର୍ମ, କିଶୋର କ୍ଲବର ସଭାପତି ଯୋଗେଶ୍ଵର ମାଝୀ, ସମ୍ପାଦକ ରମେଶ ଚନ୍ଦ୍ର ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।